ଝଗଡ଼ା ରୋକିବା ଠାରୁ ସମୃଦ୍ଧି ବଢାଇବା ପର୍ଯ୍ୟନ୍ତ ଏହି ମସସ୍ତ କାମରେ ଆସେ ମୟୁର ଚନ୍ଦ୍ରିକା

ଭଗବାନ ଶ୍ରୀକୃଷ୍ଣଙ୍କ ମଥାର ଶୋଭା ବଢାଇଥାଏ ମୟୁର ଚନ୍ଦ୍ରିକା । କିନ୍ତୁ ଏହାକୁ ଘରେ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବରୁ ମୁକ୍ତି ମିଳିବା ସହିତ ସକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ବାସ୍ତୁଶାସ୍ତ୍ରରେ ମୟୁର ଚନ୍ଦ୍ରିକାକୁ ନେଇ କେତେକ ଉପାୟ ରହିଛି, ଯାହାକୁ କରିବା ଦ୍ୱାରା ସୁଫଳ ମିଳିଥାଏ । କୁହାଯାଏ ମୟୁର ଚନ୍ଦ୍ରିକା ବିନା ଶ୍ରୀକୃଷ୍ଣଙ୍କ ଶୃଙ୍ଗାର ଅଧା ରହିଯାଏ । ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୁର ଚନ୍ଦ୍ରିକା ଲଗାଇବା ଆବଶ୍ୟକ । ଏଭଳି କରିବା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ ।

  • ଯଦି ଦୀର୍ଘ ଦିନ ହେବ ଆପଣଙ୍କର କୌଣସି କାମ ହୋଇପାରୁ ନାହିଁ ତେବେ ମନ୍ଦିରକୁ ଯାଇ ରାଧା କୃଷ୍ଣଙ୍କ ମୂର୍ତ୍ତି ନିକଟରେ ମୟୁର ଚନ୍ଦ୍ରିକା ରଖି ଆସନ୍ତୁ । ୪୦ ଦିନ ପରେ ତାହାକୁ ଆଣି ଘରେ ରଖନ୍ତୁ । ଏହାଦ୍ୱାରା ବିଗିଡ଼ି ଯାଇଥିବା କାମ ହୋଇଯିବ ।
  • ପିଲାମାନେ ଖୁସିରେ ବହି ମଧ୍ୟରେ ମୟୁର ଚନ୍ଦ୍ରିକା ରଖିଥାନ୍ତି । କିନ୍ତୁ ବହିରେ ଏହାକୁ ରଖିବା ଦ୍ୱାରା ପଢାରେ ମନଲାଗେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।
  • ଯଦି ଘରର ଆଗ୍ନେୟ କୋଣରେ ବାସ୍ତୁଦୋଷ ରହିଛି ତେବେ ସେଠାରେ ଏକ ମୟୁର ଚନ୍ଦ୍ରିକା ରଖନ୍ତୁ ।
  • ହଳଦିଆ ରଙ୍ଗର କପଡ଼ାରେ ମୟୁର ଚନ୍ଦ୍ରିକା ରଖି ନିଜ ନିକଟରେ ରଖନ୍ତୁ । ଏହାଦ୍ୱାରା ସମୃଦ୍ଧି ବଢିଥାଏ ।
  • ଛୋଟପିଲାଙ୍କୁ ନଜର ନଲାଗିବା ପାଇଁ ସେମାନଙ୍କ ହାତରେ ମୟୁର ଚନ୍ଦ୍ରିକା ବାନ୍ଧି ଦିଅନ୍ତୁ ।

Leave a Reply