ବଚ୍ଚନ ପରିବାରଙ୍କ ଆରୋଗ୍ୟ କାମନା କରି ଟ୍ୱିଟ୍ କଲେ ବିବେକ ଓବରୟ

1 min read
Vivek Oberoi sends wishes to aishwarya, abhishek and bachchan family for speedy recovery

ମୁମ୍ବାଇ: ବଚ୍ଚନ ପରିବାରର ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଭଳି ସମୟରେ ପୁରା ଦେଶ ବଚ୍ଚନ ପରିବାର ସହ ଛିଡା ହୋଇଛନ୍ତି । ବିବେକ ଓବରୟ ମଧ୍ୟ ଐଶର୍ଯ୍ୟାଙ୍କ ସହ ପୁରା ବଚ୍ଚନ ପରିବାରର ଆଶୁ ଆରୋଗ୍ୟ କାମନା କରିଛନ୍ତ । ଏନେଇ ସେ ଟ୍ୱିଟ୍ କରିଛନ୍ତି ।  ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ସିନିୟର ବଚ୍ଚନ ଓ ଜୁନିୟର ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ ।

ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହି  ଖବର ପରେ ଦେଶର ବିଭିନ୍ନ ସ୍ଥାନରୁ ବଚ୍ଚନ ପରିବାର ପାଇଁ ଆଶ୍ୱାସନା ବାର୍ତ୍ତା ଆସୁଛି । ବିବେକ ଓବରୟ ମଧ୍ୟ ଐଶ୍ୱର୍ଯ୍ୟା ରାୟଙ୍କ ସମେତ ସମଗ୍ର ବଚ୍ଚନ ପରିବାରର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ବିବେକ ତାଙ୍କର ପ୍ରଥମ ଟ୍ୱିଟରେ ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି,  ‘ମୁଁ ସିନିୟର ବଚ୍ଚନ ଏବଂ ଜୁନିଅର ବଚ୍ଚନଙ୍କୁ ଶୀଘ୍ର ସୁସ୍ଥ ହେବାପାଇଁ କାମନା କରୁଛି । ଆମେ ସମସ୍ତେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ । ଶୀଘ୍ର ଭଲ ହୁଅନ୍ତୁ । ଯତ୍ନ ନିଅନ୍ତୁ । ଏହା ପରେ, ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କର କରୋନା ପଜିଟିଭ୍ ହେବାର ଖବର ଆସିଲା, ବିବେକ ପୁଣି ଥରେ ଟ୍ୱିଟ୍ କରି କହିଛନ୍ତି – ‘ତୁମ ପରିବାରର ସମସ୍ତେ ଶୀଘ୍ର ସୁସ୍ଥ ହେବାପାଇଁ ଆମ ପ୍ରାର୍ଥନା’  ।

ନେପାଳର ପ୍ରଧାନମନ୍ତ୍ରୀ ମଧ୍ୟ ଅମିତାଭ ବଚ୍ଚନଙ୍କୁ ପଠାଇଛନ୍ତି ବାର୍ତ୍ତା

ବିବେକଙ୍କ ପୂର୍ବରୁ ବଚ୍ଚନ ପରିବାରର ଶୀଘ୍ର ଆରୋଗ୍ୟ କାମନା କରି ବଲିଉଡର ଅନେକ ସେଲିବ୍ରିଟି ବାର୍ତ୍ତା ପଠାଇଥିଲେ । ରବିନା ଟଣ୍ଡନ୍, ଅନିଲ କପୁର, ହନସଲ ମେହେଟ୍ଟା, ତାପସୀ ପନ୍ନୁ, ମହେଶ ବାବୁ, ମନୋଜ ବାଜପେୟୀ, ସୋନୁ ସୁଦ, ଭୁମି ପାଦେନକର, ରାଜକୁମାର ରାଓ, ଅନୁପମ ଖେରଙ୍କ ସହ ଅନେକ ସେଲିବ୍ରିଟି ଆଶ୍ୱାସନା ବାର୍ତ୍ତା ଦେଇଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଅଲି ମଧ୍ୟ ଅମିତାଭ ଏବଂ ଅଭିଷେକଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

 

 

Leave a Reply