ମଣିଷ ଚନ୍ଦ୍ରପୃଷ୍ଠରେ ବାସ କଲେ କେମିତି ଦେଖାଯିବ ପୃଥିବୀ, ସାମ୍ନାକୁ ଆସିଲା ଚିତ୍ର..

MOON-EARTH

ନୂଆଦିଲ୍ଲୀ: ଜାତୀୟ ଏରୋନେଟିକ୍ସ ସ୍ପେସ୍‌ ଏଜେନ୍ସି ବା ନାସା ଚନ୍ଦ୍ର ପୃଷ୍ଠରେ ମାନବ ଜାତି କିଭଳି ବସବାସ କରିବ ସେନେଇ ଗମ୍ଭୀରତାର ସହ ଯୋଜନା କରୁଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନାସା ୨୦୨୪ରେ ଜଣେ ପୁରୁଷ ଓ ଜଣେ ମହିଳା ମହାକାଶଚରୀଙ୍କୁ ଚନ୍ଦ୍ରକୁ ପଠାଇବାର ପ୍ରସ୍ତୁତି ଆରମ୍ଭ କରିସାରିଛି । ଏଥିପାଇଁ ୧୮ ଜଣ ମହାକାଶଚାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।

MOON-EARTH

ତେବେ ନାସା କିଛି ଫଟୋ ମଧ୍ୟ ସେୟାର କରିଛି । ଯାହକି ଏହି ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ଫଟୋରେ ଦେଖାଯାଇଛି ଯେ, ଯେଉଁ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ରହିବେ ସେଠାରୁ ତାଙ୍କୁ ପୃଥିବୀ କିଭଳି ଦେଖାଯିବ ।

MOON-EARTH

ଏହି ମିଶନର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ଚନ୍ଦ୍ରରେ କିଭଳି ମାନବ ଜାତି ରହିବା ପାଇଁ କଲୋନୀ ସୃଷ୍ଟି କରାଯାଇପାରିବ । ଏଠାରେ ଇଞ୍ଜିନିୟର୍ସମାନେ ଚନ୍ଦ୍ରରେ ଥିବା ଉତ୍ସଗୁଡ଼ିକୁ କିଭଳି ବ୍ୟବହାର କରାଯାଇପାରିବ ତାହ ମଧ୍ୟ ଶିଖିବେ ।

MOON-EARTH

ଏହା ବ୍ୟତୀତ, ଏହି ମହାକାଶଚାରୀମାନେ ଚନ୍ଦ୍ରର ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ କରିବେ, ଯାହାକୁ ଏପର୍ଯ୍ୟନ୍ତ ଗୁରୁତ୍ୱ ଦିଆଯାଇ ନାହିଁ । ଏହାପରେ ମଙ୍ଗଳ ଗ୍ରହ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ୨୦୩୦ର ପ୍ରାରମ୍ଭରେ ନାସା ଜଣେ ପୁରୁଷ ଏବଂ ମହିଳା ମହାକାଶଚାରୀଙ୍କୁ ମଙ୍ଗଳ ଗ୍ରହକୁ ପଠାଇବାକୁ ଯୋଜନା କରୁଛି ।

MOON-EARTH

MOON-EARTH

Leave a Reply