ସୋମବାର ସଂସଦରେ ଉପସ୍ଥାପିତ ହେବ ବଜେଟ ୨୦୨୧: ଜାଣନ୍ତୁ କିଭଳି ଦେଖିବେ ସିଧାପ୍ରସାରଣ

1 min read

ନୂଆଦିଲ୍ଲୀ: ବିଗତ ବର୍ଷ ଚଳିତ ଥର ମଧ୍ୟ ଫେବ୍ରୁଆରୀ ୧ ଅର୍ଥାତ ଆସନ୍ତା ସୋମବାର ସଂସଦରେ ଉପସ୍ଥାପିତ ହେବ ବଜେଟ-୨୦୨୧ । ଅର୍ଥମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଗୃହରେ ବଜେଟ ଉପସ୍ଥାପନ କରିବେ ମନ୍ତ୍ରୀ ନିର୍ମଳା ସୀତାରମଣ । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସରକାର ଅଧିନରେ ଲଗାତାର ତୃତୀୟ ଥର ପାଇଁ ବଜେଟ ଉପସ୍ଥାପନ କରିବେ ନିର୍ମଳା । ତେବେ  ଶୁକ୍ରବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି ।

https://www.facebook.com/NandighoshaTV/videos/2900021673565438

କିଭଳି ଦେଖିବେ ବଜେଟ ୨୦୨୧ର ସିଧାପ୍ରସାରଣ

ସୋମବାର ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ ବଜେଟ ୨୦୨୧ ର ସିଧାପ୍ରସାରଣ ଲୋକସଭ ଟିଭି ସହ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଳାଟଫର୍ମରେ ମଧ୍ୟ ପ୍ରସାରିତ ହେବ । ୟୁଟ୍ୟବ ଓ ଟ୍ୱିଟର ଭଳି ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ଏହାର ସିଧାପ୍ରସାରଣ ଦେଖିହେବ । ଏଥିସହିତ ନନ୍ଦିଘୋଷ ଟିଭି ଏବଂ ଏହାର ଫେସବୁକ୍ ଓ ୟୁଟ୍ୟୁବ୍ ପେଜ୍‌ରେ ମଧ୍ୟ ଆପଣମାନେ ବଜେଟର ସିଧାପ୍ରସାରଣ ଦେଖିପାରିବେ । https://nandighoshatv.com/ରେ ବଜେଟ -୨୦୨୧ ର ଅପଡେଟ୍ ଖବର ପଢ଼ିପାରିବେ ।

ଏଥିସହିତ ପଢ଼ନ୍ତୁ: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

Leave a Reply