କରୋନା ସମୟରେ ଶିଶୁମାନଙ୍କ ଠାରେ କେମିତି ବଢିବ ରୋଗ ପ୍ରତିରୋଧକ ? ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହା ହା କାର ଦେଇଖିବାକୁ ମିଳିଛି । ଦିଲ୍ଲୀ ଭଳି ମେଟ୍ରୋ ସହରରେ ରହୁଥିବା ଲୋକମାନେ ମହାମାରୀ ସହ ବାୟୁ ପ୍ରଦୂଷଣକୁ ନେଇ ମଧ୍ୟ ଚିନ୍ତାରେ ଅଛନ୍ତି । ଆମେ ସମସ୍ତେ ଜାଣୁ ଯେ ବାୟୁ ପ୍ରଦୂଷଣ କାରଣରୁ ଲୋକମାନଙ୍କୁ କେଉଁ ଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼ୁଥିବ । ପ୍ରଦୂଷଣ ବାୟୁରେ ନିଶ୍ୱାସ ନେବା ବେଳେ କେବଳ ବୟସ୍କ ଏବଂ ବୃଦ୍ଧଙ୍କ ସ୍ୱାସ୍ଥ୍ୟକୁ ଖରାପ କରୁନାହିଁ, ବରଂ ଛୋଟ ପିଲାମାନଙ୍କର ଇମ୍ୟୁଟିକୁ ମଧ୍ୟ କରି ଦେଉଛି ।

ବାୟୁ ସମ୍ପୂର୍ଣ୍ଣ ପ୍ରଦୂଷଣ ହେଲେ

ଛୋଟ ପିଲାମାନେ ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ସେମାନଙ୍କ ମା’ମାନେ ବହୁ ଚିନ୍ତାରେ ପଡ଼ିଛନ୍ତି । ଗୋଟିଏ ପଟେ କରୋନା ଭାଇରସ ଅନ୍ୟ ପଟେ ବାୟୁ ପ୍ରଦୂଷଣ ଶିଶୁଙ୍କୁ ରୋଗା ଗ୍ରସ୍ତ କରିପାରେ ।

ଏସମୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ସେମାନଙ୍କର ଶରୀର ନିଜକୁ ଏହି ବିପତ୍ତି ସମୟରେ ରକ୍ଷା କରିପାରିବ । ତେବେ ଏନେଇ ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁଯାଉଛୁ । ଯାହା ଆପଣଙ୍କ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ କରୋନା ଏବଂ ବାୟୁ ପ୍ରଦୂଷଣ ସହ ଲଢିବାରେ ସକ୍ଷମ କରାଇବ ।

ଭିଟାମିନ୍ ସି

କରୋନା ସହ ଲଢିବା ପାଇଁ ଭିଟାମିନ୍ ସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆପଣଙ୍କ ପିଲାଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ରଖନ୍ତୁ । କମଳା, ଟମାଟର ଏବଂ ଲେମ୍ବୁ ରସ ଇତ୍ୟାଦି ପିଲାମାନଙ୍କଠାରେ ଭିଟାମିନ୍ ସି ବଢାଇବାରେ ସାହାଯ୍ୟ କରିଥାଏ ।

ପିଲାମାନଙ୍କୁ ପ୍ରତିଦିନ ଗୋଟିଏ ଚାମଚ ଚବନପ୍ରାସ ଖାଇବାକୁ ଦିଅନ୍ତୁ । ଚବନପ୍ରାସରେ ଅନେକ ଔଷଧୀୟ ପଦାର୍ଥରୁ ପ୍ରସ୍ତୁତ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଶୀତଦିନେ ସବୁଜ ପନିପରିବା ବଜାରରେ ଅଧିକ ପରିମାଣରେ ମିଳିଥାଏ । ତେଣୁ ଏହି ସମୟରେ ଶିଶୁମାନଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଖାଇବାକୁ ଦିଅନ୍ତୁ ।

ସବୁଜ ପନିପରିବା

ପିଲାମାନଙ୍କୁ ସବୁଜ ପନିପରିବାରୁ ବହୁପରିମାଣର ବହୁପରିମାଣରେ ଆଇରନ ଏବଂ ପୋଷକ ତତ୍ତ୍ୱ ମିଳିଥାଏ । ଏହାସହ ଶିଶୁକୁ ଦିନକୁ ଦୁଇଥର କ୍ଷୀର ପିଇବାକୁ ଦିଅନ୍ତୁ । ଏବଂ ଏହି କ୍ଷୀରରେ କେଶର, ତୁଳସୀ ପତ୍ର କିମ୍ବା କଞ୍ଚା କଦଳୀ ମିଶାଇପାରିବ । ତୁଳସୀ ଓ ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ।

ଯଦି ପିଲାଟି ଅଦା ଖାଇବାକୁ ପସନ୍ଦ କରେ ତେବେ ତାଙ୍କ ଖାଦ୍ୟରେ ଅଦା ଖଣ୍ଡକୁ ପକାନ୍ତୁ । ବାୟୁ ପ୍ରଦୂଷଣକୁ ଏଡାଇବା ପାଇଁ ଘରେ ବାୟୁ ବିଶୋଧନକାରୀ ମଧ୍ୟ ଲଗାଇପାରିବେ । ଏହା ଘରର ବାୟୁକୁ ଶୁଦ୍ଧ କରିଥାଏ ଏବଂ ପିଲାଟି ସ୍ୱଚ୍ଛ ବାୟୁ ନିଶ୍ୱାସ ନେଇପାରିବ ।

Leave a Reply