ଆପଣଙ୍କ ଫେସବୁକ୍, ଇନଷ୍ଟା ଓ ହ୍ୱାଟସଆପ ଆଉ କିଏ ଚଳାଉନାହାନ୍ତି ତ ?

1 min read

ଆଜିକା ପିଢ଼ି ସବୁବେଳେ ସୋସିଆଲ ମିଡ଼ିଆକୁ ନିଜର ଅନ୍ତରଙ୍ଗ ବନ୍ଧୁ ମାନିସାରିଛନ୍ତି । ଦୈନିକ ଜୀବନରେ ବିତୁଥିବା ସମସ୍ତ ଘଟଣାବଳୀକୁ ପରିବାରଠୁ ପ୍ରଥମେ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି ଏମାନେ । ତେବେ ସୋସିଆଲ ମିଡ଼ିଆ ଯେତିକି ଭଲ ସେତିକି ଖରାପ ମଧ୍ୟ । ଯଦି ଆପଣ ବି ଆପଣଙ୍କ ସମସ୍ତ ସିକ୍ରେଟକୁ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଯଦି ଆପଣ ଫେସବୁକ୍ ହ୍ୱାଟସଅପ୍ କିମ୍ବା ଇନଷ୍ଟାରେ ନିଜର ଆକାଉଣ୍ଟ ରଖିଛନ୍ତି ତେବେ ଜାଣିନିଅନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଫେସବୁକ୍ ହ୍ୱାଟସଅପ୍ ଓ ଇନଷ୍ଟା ଏହି ତିନୋଟି ଆପ୍ ଫେସବୁକର ହିଁ ଅଟେ ତେଣୁ ଏହି ୩ଟି ଆପରେ ଏମିତି ଏକ ଅପସନ୍ ଅଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅପ୍ସନରେ ଆପଣ ଦେଖିପାରିବେ କେଉଁଠାରେ ଆପଣଙ୍କର ଆକାଉଣ୍ଟ୍ ଲଗ୍ ଇନ୍ ହୋଇଛି।

କେଉଁ ସ୍ମାର୍ଟଫୋନ୍, ଲାପଟପ୍ କିମ୍ବା ଟାବଲେଟରେ ଆପଣ ନିଜ ଆକାଣ୍ଟକୁ ଆକ୍ସେସ କରିଛନ୍ତି ତାହାର ସମସ୍ତ ତଥ୍ୟ ଆପଣ ପାଇପାରିବେ । କିଛି ଲୋକ ସେମାନଙ୍କର ପାସୱାର୍ଡ କାହାକୁ ଦିଅନ୍ତିନାହିଁ, ଏବଂ କେତେଜଣ ତାଙ୍କ ପାସୱାର୍ଡ ସର୍ବ ସମ୍ମୁଖରେ କହିଦେଇଥାନ୍ତି ଏହି କ୍ଷେତ୍ରରେ, ସେମାନେ ମଧ୍ୟ ଦେଖିପାରିବେ କୌଣସି ବ୍ୟକ୍ତି ବର୍ତ୍ତମାନ ଆପଣଙ୍କ ଆକାଉଣ୍ଟକୁ ଲଗଇନ୍ କରିନାହାନ୍ତି ତ  ।

ଆସନ୍ତୁ ଜାଣିବା ଆପଣ ଇନଷ୍ଟାଗ୍ରାମରେ କେମିତି ଏହି ସୁବିଧା ପାଇପାରିବେ । ଆପଣ ପ୍ରଥମେ ଇନଷ୍ଟାଗ୍ରାମ ଆପକୁ ଖୋଲନ୍ତୁ ଏବଂ ସେଠାରେ ହୋମବର୍ଗର ଆଇକନରେ ଟ୍ୟାପ କରି ସେଟିଂକୁ ଜାଆନ୍ତୁ ସେଠାରେ ସିକ୍ୟୁରିଟିର ଅପ୍ସନ ଆସିବ ସେଠାରେ ଟ୍ୟାପ କରନ୍ତୁ  । ଏଥିରେ ଏକ ଲିଷ୍ଟ ଖୋଲିବ ସେଠାରେ Login Activity ରେ ଟ୍ୟାପ କରନ୍ତୁ ।

ଏବେ Login Activity ର ତଳେ Where you’re logged in   ମାଧ୍ୟମରେ ଆପଣ ଇନଷ୍ଟାଗ୍ରାମ କେଉଁ କେଉଁ ଡିଭାଇସରେ ଲଗ୍ ଇନ୍ ହୋଇଛି ଆପଣ ଜାଣିପାରିବେ ସେଥିରେ ଟଚ୍ କଲେ ସେହି ଡିଭାଇସର ଲୋକେସନ ମଧ୍ୟ ଜାଣିପାରିବେ । ଏବଂ ଆପଣ ଜଦି ଚାହିଁବେ ଆପଣ ସେଠାରେ ହିଁ ଲଗ୍ ଆଉଟ କରିପାରିବେ ।

ସେହିପରି ଫେସବୁକ କେଉଁଠାରେ ଲଗ୍ ଇନ ହୋଇଛି ତାହା ଆପଣ ଜାଣିପାରିବେ । ପ୍ରଥମେ ଫେସବୁକ ଆପର ସେଟିଂରେ ଜାଆନ୍ତୁ ସେଠାରେ ସିକ୍ୟୁରିଟି ଏବଂ ଲଗଇନର ଅପ୍ସନ ଆସିବ ସେଥିରେ ଟଚ୍ କଲେ ସୋଠାରେ Where you’re logged in ଅପ୍ସନ ଆସିବ ତାପରେ See all ର ଅପ୍ସନରେ ଟଚ୍ କଲେ ଆପଣଙ୍କୁ ଡିଭାଇସର ଲିଷ୍ଟ ମିଳିବ ଯେଉଁଥିରେ ଆପଣଙ୍କ ଆକାଉଣ୍ଟ ଖୋଲାଯାଇଥିବ  । ଏବଂ ଏଠାରେ ହିଁ ଲୋକେସନ ଏବଂ ଲଗ୍ ଆଉଟର ସମସ୍ତ ତଥ୍ୟ ପାଇପାରିବେ ।

ଠିକ୍ ସେହିପରି ହ୍ୱାଟ୍ସଆପ୍ ରେ ଏହି ଅପସନ ଟିକେ ଅଲଗା । ଯେହେତୁ ହ୍ୱାଟସଆପ ଏକାସାଙ୍ଗରେ ଏକାଧିକ ଡିଭାଇସରେ ଅପରେଟ କରି ହୁଏନା ତେଣୁ ଏଥିରେ ଜାଣି ହେବନି କେଉଁଠାରୁ ଏହାକୁ ଅପରେଟ କରାଯାଉଛି । କିନ୍ତୁ ଆପଣ ହ୍ୱାଟସଆପ ୱେବରେ ଯାଇ ଦେଖି ପାରିବେ କିଛି ସେକସନ ଆକ୍ଟିଭ ଅଛି କି ନାହିଁ ।

ହ୍ୱାଟସଅପ ୱେବର ସେକସନ ଦେଖିବା ପାଇଁ ହ୍ୱାଟସଆପ ସେଟିଂ କୁ ଯିବେ ସେଠାରେ WhatsApp Web/Desktop ଟଚ୍ କରିବେ  । ଯଦି ଆପଣଙ୍କ କେଉଁଠି ଡେକ୍ସଟପରେ ଅପରେଟ ହେଉଛି ତେବେ ଏହାର ଡିଟେଲ ଆପଣ ଦେଖିପାରିବେ ।

Leave a Reply