ହଠାତ ଦୀପାଙ୍କୁ ‘ମେଡ୍ ଇନ୍ ଓଡିଶା’ ଆଲ୍‌ବମ୍‌ ପାଇଁ ଆସିଥିଲା ଅଫର, କିଏ ଦେଇଥିଲେ ଅଫର ଜାଣନ୍ତୁ

ଭୁବନେଶ୍ୱର: ଅଭିନେତ୍ରୀ ଦୀପା ସାହୁ ଯିଏକି ଆଲବମ୍ ଇଣ୍ଡଷ୍ଟ୍ରିରୁ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ଖାଲି ଆଲବମ ନୁହେଁ, ଦୀପା ସାହୁ ଅନେକ ଚଳଚ୍ଚିତ୍ର ଏବଂ ସିରିଏଲ୍ ପାଇଁ ପସନ୍ଦଯୋଗ୍ୟ ଅଭିନେତ୍ରୀ ଥିଲେ । ତାଙ୍କ ଅଭିନୟ ଓଡ଼ିଆଙ୍କ ମନ କିଣିଥିଲା । ତାଙ୍କ ଡ୍ୟାନ୍ସ ଯୁବ ପିଢ଼ିଙ୍କ ମନରେ ପ୍ରେମଭରା ଗୀତକୁ ନେଇ ସୃଷ୍ଟି କରିଥିଲେ ଏକ ନିଆରା ସ୍ଥାନ ।

ଦୀପା ପିଲା ଦିନୁ ଅଭିନୟ କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ତାଙ୍କୁ କୌଣସି ସୁଯୋଗ ମିଳିନଥିଲା । ସେ ସବୁବେଳେ ଓଡ଼ିଆ ଜଗତରେ ନିଜର କ୍ୟାରିୟକ ଗଢ଼ିବାକୁ ଚାହୁଁଥିଲେ । ଦୀପା ତାଙ୍କ ଡ୍ୟାନ୍ସ କ୍ଲାସରେ ଡ୍ୟାନ୍ସ କରୁଥିବା ବେଳେ ତାଙ୍କୁ ସେଠାରେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଦେଖିଥିଲେ । ଏବଂ ସେଠାରେ ଦୀପାଙ୍କୁ ୩ଟି ଫଟୋ ମାଗିଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ ଦୀପା । ତାପରେ ଆରମ୍ଭ ହୋଇଥିଲା ଓଡ଼ିଆ ଆଲବମ୍‌ରେ କ୍ୟାରିୟର ।

ତା’ପରେ ହଠାତ୍ ସେ ‘ମେଡ୍ ଇନ୍ ଓଡିଶା’ ନାମକ ଏକ ଆଲବମ୍ ପାଇଁ ଅଫର୍ ପାଇଥିଲେ ବୋଲି କହିଥିଲେ । ଏହି ଗୀତ ଏତେ ମାତ୍ରାରେ ହିଟ୍‌ ହୋଇଥିଲା ଯେ, ଏହାପରେ ସେ ବହୁତ ଚର୍ଚ୍ଚିତ ହୋଇଯାଇଥିଲେ । ରାତାରାତି ସେ ଓଡ଼ିଆ ଆଲବମ୍‌ର ଆଗ ଧାଡ଼ିର ନାୟିକା ପାଲଟିଥିଲେ । ଆଉ ତାପରେ ଓଡ଼ିଶାକୁ ଦେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ସୁପର ହିଟ୍‌ ଓଡ଼ିଆ ଆଲବମ୍‌ ।

ସଞ୍ଜୟ ନାୟକଙ୍କ ଫିଲ୍ମ ‘ନାରୀ ଆଖିରେ ନିଆଁ’ରେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ରରେ ଡେବ୍ୟୁ କରିଥିଲେ । ଚଳଚିତ୍ରରେ ଆସିବା ପୂର୍ବରୁ ସେ ଓଡ଼ିଆଙ୍କୁ ଦେଇ ସାରିଥିଲେ ଅନେକ ସୁପରହିଟ୍‌ ଆଲବମ୍‌ ।

Leave a Reply