ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ STF କେମିତି କଲା ଏନକାଉଣ୍ଟର ?

1 min read
Seventy Years Old Man Made Canal With His Own Hand In Thirty Years

ଲକ୍ଷ୍ନୌ: କାନପୁର କ୍ରିମିନାଲର କ୍ରାଇମ୍ ଏଣ୍ଡ । ଆଉ ବଦମାସୀ କରିପାରିବନି ବ୍ୟାଡ୍ ବୟ ବିକାଶ ଦୁବେ । ଉଜ୍ଜୟନୀରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କାନପୁରରେ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶ ଏସଟିଏଫ । ଗତ ଜୁଲାଇ ୩ ତାରିଖରେ ବିକାଶ ଦୁବେ ୮ ପୋଲିସ କର୍ମଚାରୀଙ୍କୁ ଗୁଳିମାରି ହତ୍ୟା କରିଥିଲା । ସମାନ ଢଙ୍ଗରେ ପୋଲିସ ନେଇଛି ପ୍ରତିଶୋଧ । କାନପୁରର ଭୌତି ନିକଟରେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ ।

ଉଜ୍ଜୟନୀରୁ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗତକାଲି ଗିରଫ ହୋଇଥିଲ । ଆଜି ସକାଳୁ ପ୍ରବଳ ବର୍ଷା ଭିତରେ ୟୁପି ଏସଟିଏଫ ବିକାଶ ଦୁବେକୁ କାନପୁର ଆଣୁଥିଲା । ଆସିବା ବାଟରେ କାନପୁର ନଗର ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ପୋଲିସକୁ ଚକମା ଦେଇ ଖସିଯିବାକୁ ବସିଥିଲା ବିକାଶ ଦୁବେ । ଏହି ସମୟରେ ସେ ଆହତ ଏସ୍ଆଇଙ୍କ ପିସ୍ତଲ ନେଇ ଯାଇଥିଲା । ପୋଲିସ ଆତ୍ମସମର୍ପଣ ପାଇଁ କହିବା ସତ୍ତ୍ୱେ ଶୁଣିନଥିଲେ ବିକାଶ ଦୁବେ ।

STFର ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ

ପୋଲିସ ବିକାଶ ପଛେ ପଛେ ପ୍ରାୟ ୪ କିଲୋମିଟର ପିଛା କରିଥିଲା । ବିକାଶ ଦୁବେ ପୋଲିସ ଉପରକୁ ଗୁଳି ଚଳାଇବା ପରେ ଆତ୍ମରକ୍ଷା ପାଇଁ ପାଲଟା ଫାୟାରିଂ କରିଥିଲା ପୋଲିସ । ଏଥିରେ ଗୁରୁତର ଭାବେ ବିକାଶ ଦୁବେ ଆହତ ହୋଇଥିଲା । ତୁରନ୍ତ ତାକୁ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା । ଯେଉଁଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏଥିରେ ୪ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଏନକାଉଣ୍ଟର ସାଇଟରେ ଫରେନସିକ୍ ଟିମ୍ ଯାଞ୍ଚ ପାଇଁ ପହଞ୍ଚିଛି । ସେଠାରେ ପ୍ରବଳ ମାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । କେବଳ ବିକାଶ ଦୁବେ ନୁହେଁ ୟୁପି ପୋଲିସ ସପ୍ତାହକ ମଧ୍ୟରେ ତାର ୪ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଛି ।

ମଧ୍ୟପ୍ରଦେଶ ପଳାଇ ଯାଇ ଏନକାଉଣ୍ଟରରୁ ବର୍ତ୍ତିଗଲା କି ବିକାଶ ଦୁବେ ?

Leave a Reply