ଜାଣନ୍ତୁ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣକୁ କେମିତି ପାଣିରେ ମିଳାଇ ଦେଲେ ସୁରକ୍ଷାବଳ…

1 min read

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲୱାମାରେ ପୋଲିସ, ସେନା ଓ ଏନଡିଆରଏଫ ମିଳିତ ଭାବେ ଏକ ବଡ଼ ଆତଙ୍କୀ ହମଲାକୁ ପଣ୍ଡ କରିଛନ୍ତି । ସୁରକ୍ଷାକର୍ମୀ ସାଣ୍ଟ୍ରୋ କାରରେ ନିଆଯାଉଥିବା ଆଇଇଡିକୁ ସମୟ ପୂର୍ବରୁ ଟ୍ରାକ୍ କରିବା ସହ ନିଷ୍କ୍ରିୟ କରି ଦେଇଛନ୍ତି । କିନ୍ତୁ, ଘଟଣାସ୍ଥଳରୁ କାର୍ ଡ୍ରାଇଭର ଓ ଆତଙ୍କବାଦୀ ଖସି ପଳାଇଛନ୍ତି । ସୁରକ୍ଷାକର୍ମୀ ସେମାନଙ୍କୁ ଖୋଜୁଛନ୍ତି, ସର୍ଚ୍ଚ ଅପରେସନ୍ ଜାରି ରହିଛି । କଶ୍ମୀର ପୋଲିସର ଆଇଜି ବିଜୟ କୁମାରଙ୍କ ସୂଚନା ଅନୁସାରେ, ଆକ୍ରମଣର ପଛରେ ଜୈସ୍ ଏ ମହମ୍ମଦର ହାତ ରହିଛି । ଆଉ ଜୈସକୁ ହିଜବୁଲ୍ ମୁଜାହିଦ୍ଦିନ ସହାୟତା ଦେଉଛି । ତେବେ, ସୁରକ୍ଷାକର୍ମୀ ଆତଙ୍କୀଙ୍କ ପ୍ଲାନକୁ କେମିତି ପଣ୍ଡ କଲେ ସେ ବିଷୟରେ ଆଇଜି ବିଜୟ କୁମାର କହିଛନ୍ତି ।

‘ଗତ ସପ୍ତାହରୁ ଜୈସ୍ ଏ ମହମ୍ମଦ ଓ ହିଜବୁଲ ମିଳିତ ଭାବେ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଥିଲା ।’ ଯେଉଁଥିରେ ଆତଙ୍କୀ କାରରେ ବୋମା ଖଞ୍ଜିଥିଲେ । କାଲି ଆମେ ଏନେଇ ସୁନିଶ୍ଚିତ ସୂଚନା ପାଇଥିଲୁ । ଏହାପରେ ସନ୍ଧ୍ୟାରେ ପୁଲୱାମା ପୋଲିସ, ସିଆରପିଏଫ, ସେନା କାରକୁ ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିଲେ ।

ଅନ୍ଧାର ଆତଙ୍କୀଙ୍କ ପାଇଁ ସୁଯୋଗ

ଆଇଜିଙ୍କ କହିବା ଅନୁସାରେ, ନାକାବନ୍ଦୀ ଟିମ୍ ଚେତାବନୀ ଦେଇ ଫାୟାରିଂ କରିଥିଲା । ଯାହାପରେ ଆତଙ୍କୀ ଗାଡ଼ି ବୁଲାଇ ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ । ସୁରକ୍ଷାବଳ ଦ୍ୱିତୀୟ ଥର ଚେତାବନୀ ଦେଇଥିଲେ । କିନ୍ତୁ ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀ ଖସି ପଳାଇଥିବା ବେଳେ କାର୍ ଛାଡ଼ି ଯାଇଥିଲେ । ଆମ ଟିମ୍ ସକାଳେ ବୋମା ନିଷ୍କ୍ରିୟକାରୀ ଦଳ ସହିତ ପହଞ୍ଚି ବୋମାକୁ ଖୋଜିଥିଲା । ଏହାପରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୁରକ୍ଷିତ ଭାବେ ବୋମାକୁ ନିଷ୍କ୍ରିୟ କରିଥିଲୁ ।

ଜଙ୍ଗ ଏ ବଦ୍ରରେ ବିସ୍ଫୋରଣ ଯୋଜନା

ପୋଲିସକୁ ମିଳିଥିବା ସୂଚନା ପ୍ରକାରେ, ଜୈସ୍ ଏ ମହମ୍ମଦ ଆତଙ୍କୀ ସଙ୍ଗଠନ ଜଙ୍ଗ ଏ ବଦ୍ର ଦିନ ବିସ୍ଫୋରଣ ଘଟାଇଥାନ୍ତା । କିନ୍ତୁ, ସେନାର ସକ୍ରିୟତା ବୃଦ୍ଧି ଯୋଗୁଁ ବଡ଼ ବିସ୍ଫୋରଣ ଓ ଧନଜୀବନ ହାନି ରୋକାଯାଇ ପାରିଛି । ମିଳିଥିବା ସୂଚନା ଅନୁଯାୟୀ, ଆଦିଲ୍ ଡାର ଯିଏ ହିଜବୁଲ୍ ମୁଜାହିଦ୍ଦିନର ଆତଙ୍କୀ । ଜୈସ୍ ସହିତ ଜଡ଼ିତ ଅଛି । ଜୈସ୍ ଫୌଜର ଭାଇ ଯଏ କି ପାକିସ୍ତାନୀ କମାଣ୍ଡର । ଏ ତିନି ମିଶି ଏହି ଆକ୍ରମଣରୁ ସଫଳ କରିବାକୁ ଯୋଜନା କରିଥିଲେ ।

୪୦ରୁ ୪୫ କେଜିର ବିସ୍ଫୋରକ

ବିସ୍ଫୋରକରେ ନାଇଟ୍ରେଟ୍ ସଲ୍ଟ, ୟୁରିଆ ନାଇଟ୍ରେଟ୍ ଓ ନାଇଟ୍ରୋଗ୍ଲିସରିନକୁ ବ୍ୟବହାର କରାଯାଇଥିଲା । ପ୍ରାରମ୍ଭିକ ସୂଚନା ପ୍ରକାରେ କାରରେ ୨୫ ବିସ୍ଫୋରକ ଥିଲା । କିନ୍ତୁ ନିଷ୍କ୍ରିୟ କଲେ ପରେ ଏହା ୫୦ ମିଟର ଉଚ୍ଚକୁ ଉଠିଥିଲା । ଯେଉଁଥିରୁ ଅନୁମାନ କରାଯାଇପାରେ ଏଥିରେ ୪୦ରୁ ୪୫ କେଜି ପର୍ଯ୍ୟନ୍ତ ଆଇଇଡି ଥିଲା ।

ପୁଲୱାମା ଭଳି ଗାଡ଼ିରେ ରଖାଯାଇଥିଲା IED

Leave a Reply