କେଉଁଥିରେ କେତେ ସମୟ ରହେ କରୋନା ଭୂତାଣୁ ?

1 min read

ନୂଆଦିଲ୍ଲୀ : କରୋନା ଭୂତାଣୁର ଆକ୍ରାନ୍ତରେ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଦିନକୁ ଦିନ ଏହା ଉପରେ ନୂଆ ନୂଆ ଗବେଷଣା ସାମ୍ନାକୁ ଆସୁଛି । ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକ କରୋନାକୁ ନେଇ କିଛି ନୂଆ ତଥ୍ୟ ପ୍ରଦାନ କରିଛନ୍ତି । ଏଥିରେ ତାପମାତ୍ରା, ଭୂତାଣୁ ନଷ୍ଟର ପ୍ରକ୍ରିୟା, କେଉଁଥିରେ ଏହା କେତେ ସମୟ ରହିପାରିବ, କାହା କାହାକୁ ବ୍ୟାପିବ ସେ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ଗବେଷକଙ୍କ ସୂଚନା ଅନୁସାରେ…

୧. କରୋନା ଭୂତାଣୁ ଏକ ଜୀବନ୍ତ ଉପାଦାନ ନୁହେଁ ବରଂ ଏକ ପ୍ରୋଟିନ୍ ଅଣୁ (DNA)। ଏହା ଏକ ମୋଟା ଆସ୍ତରଣ ଦ୍ୱାରା ଆବଦ୍ଧ ହୋଇ ରହିଥାଏ । ଏହା ଆଖି, ପାଟି ଓ ନାକର ସେଲ୍ ଦ୍ୱାରା ଅବଶୋଷିତ ହୋଇ ନିଜର ଅନୁବଶିଂକ୍ କୋଡ୍ ବଦଳାଇଥାଏ । ସେତବେଳେ ଏହା ପରିବର୍ତ୍ତିତ ହୋଇ ଅଧିକ ଆକ୍ରାମକ ହୋଇଥାଏ  ଏବଂ ଗୋଟିଏ ସକ୍ରିୟ ସେଲ୍ ଲକ୍ଷାଧିକ୍ ନୂଆ ସେଲ୍ ସୃଷ୍ଟି କରିଥାନ୍ତି ।

୨.  ଏହି ଭୂତାଣୁ ଅତ୍ୟନ୍ତ ସୁକ୍ଷ୍ମ । ବାହାରର ଏକ ମୋଟା ଲେୟାର ଭୂତାଣୁକୁ ସୁରକ୍ଷା ଦେଇଥାଏ ଦୀର୍ଘ ସମୟ ଧରି ସକ୍ରିୟ ରହିବା ପାଇଁ । ଖାସ୍ ଏହି କାରଣରୁ କୌଣସି ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ୱାସର ଫେଣ ଏହାକୁ ଅର୍ଥାତ୍ ଫ୍ୟାଟକୁ କାଟିବାକୁ ସହାୟକ ହୋଇଥାଏ । ତେଣୁ ବାରମ୍ବାର କୁହାଯାଏ ଯେ, ହାତକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲଭାବେ ଘଷିକରି ଧୁଅନ୍ତୁ । କିମ୍ବା ସାନିଟାଇଜରରେ ରବ୍ କରନ୍ତୁ । ଏହାକରିବା ପରେ ଫ୍ୟାଟ୍ ଲେୟରଟି ଆପେ ଆପେ ଭାଙ୍ଗିଯାଏ ଏବଂ ପ୍ରୋଟିନ୍ ଅଣୁ ସକ୍ରିୟତା ହରାଇଥାଏ ।

୩. ହପକିନ୍ସର ଗବେଷକ କହିଛନ୍ତି, ଅଧିକ ତାପମାତ୍ରା ଫ୍ୟାଟକୁ ତରଳାଇ ଦେଇଥାଏ । ଖାସ୍ ସେହି କାରଣରୁ ୨୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ହାତ, ଲୁଗା ପ୍ରଭୃତି ଧୋଇବାକୁ ପରାମର୍ଶ ଦିଆଯାଏ । ଗରମପାଣି ଅଧିକ ଫୋମ୍ କରିଥାଏ ଏବଂ ଏହା ଅଧିକ ଦରକାରୀ ହୋଇଥାଏ ।

୪. ମାଦକ କିମ୍ବା ଏହାସହ ମିଶ୍ରିତ ସାମଗ୍ରୀ ୬୫ ପ୍ରତିଶତ ଫ୍ୟାଟକୁ ଭାଙ୍ଗିବାରେ ସହାୟକ ହୋଇଥାଏ । ଭାଇରସ୍ ଉପରେ ଥିବା ବାହ୍ୟ ଆସ୍ତରଣକୁ ଏହା ସହଜରେ ଭାଙ୍ଗିଥାଏ  ।

୫. ପାଣି ଏବଂ ବ୍ଲିଚ୍ ସିଧାସଳଖ ଫ୍ୟାଟକୁ ଭାଙ୍ଗିବାରେ ସମର୍ଥ ହୋଇଥାଏ ।

୬. ବ୍ୟାକଟେରିଆ ଭଳି ଏହି ଭୂତାଣୁ ଜୀବନ୍ତ ଉପାଦାନ ହୋଇନଥିବାରୁ, ସେମାନେ ଅନ୍ୟ ଜୀବନ୍ତ ଉପାଦାନକୁ ମାରିପାରିବେ ନାହିଁ ।

୭. କାର୍ଡ ବୋର୍ଡରେ ଏହି ଭୂତାଣୁ ୨୪ ଘଣ୍ଟା ରହୁଥିବା ବେଳେ, ମେଟାଲରେ ୪୨ ଘଣ୍ଟା ଓ ପ୍ଲାଷ୍ଟିକରେ ସର୍ବାଧିକ ସମୟ ଅର୍ଥାତ୍ ୭୨ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ।

୮. ଅତ୍ୟଧିକ ଥଣ୍ଡାରେ ଏହି ଭୂତାଣୁ ଅଧିକ ସକ୍ରିୟ ରହିଥାନ୍ତି । ବିଶେଷକରି ଶୀତତାପ ନିୟନ୍ତ୍ରିତ ଘର ଏବଂ କାର ଏସିରେ ଏହା ସକ୍ରିୟ ରହିଥାନ୍ତି ।

୯. ସୁସ୍ଥ ଶରୀରରେ ଏହି ଭୂତାଣୁ ପ୍ରବେଶ କରିବା ଏତେଟା ସହଜ ହୋଇନଥାଏ ।

୧୦. ଏହି ସମୟରେ ନଖ ପରିସ୍କାର ଓ ପରିଛନ୍ନ ରହିବା ଜରୁରୀ ।

 

 

 

 

Leave a Reply