ମଣ୍ଡିରୁ ମାର୍କେଟ, ପିଆଜ ଦରରେ ଏତେ ଫରକ କାହିଁକି ? ଗୁମର ଖୋଲିଲେ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା

ଭୁବନେଶ୍ୱର: ପାଇକାରୀ ବଜାରରେ ୩୦ରୁ ୩୫ ଟଙ୍କା ଭିତରେ ବିକ୍ରି ହେଉଛି ପିଆଜ କିନ୍ତୁ ଖୁଚୁରା ବଜାରରେ ୭୦ଟଙ୍କାରେ କିଣୁଛନ୍ତି ଗ୍ରାହକ । ତେବେ ଏତେ ଟଙ୍କା ନେଉଛି କିଏ ? କାହିଁକି ଏଭଳି ସ୍ଥିତି ? କଣ କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟ ଭିତରେ ୩୫ଟଙ୍କାର ଫରକ ? ମାନେ ଗୋଟିଏ କେଜି ପିଛା ୩୦ରୁ ୩୫ଟଙ୍କା ଲାଭ ରଖୁଛନ୍ତି ବ୍ୟବସାୟୀ ? ଏହାର ଖୁଲାସା କରିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା । ପିଆଜ ଦର ଏବେ ବଜାରରେ ୭୦ ଟଙ୍କା ଥିବା କଥାକୁ ଖୋଲାଖୋଲି ନହେଲେ ବି ଅସ୍ୱୀକାର କରିନାହାନ୍ତି ସୁଧାକର ପଣ୍ଡା । ଏବେ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ରହିଛି । ଅନେକ ସମୟରେ ମାର୍କେଟରେ ଅଭିଯୋଗ ଆସୁଛି ପିଆଜ ୭୦ରୁ ୮୦ ଟଙ୍କାରି ବିକ୍ରି ହେଉଛି । ଆମଦାନୀ ଅନୁସାରେ ପ୍ରତିଦିନ ପାଇକାରୀ ଦର ପରିବର୍ତ୍ତନ ହେଉଛି । ତାକୁ ତାଳଦେଇ ଖୁଚୁରା ବଜାରରେ ଦର ଏପେଟ ସେପଟ ହେବ । ତେବେ, ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ଭଳି ସେ ଚିନ୍ତିତ ଥିବା କହିଛନ୍ତି । ତେବେ, ପ୍ରଶାସନ ମେକାନିଜିମ୍ ଉପରେ ଦର ନିୟନ୍ତ୍ରଣ କରୁଥିବା କହିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ।

Leave a Reply