ଭାରତୀୟ ଭ୍ୟାକ୍ସିନ୍ ଆଗରେ କେମିତି ଚିତପଟାଙ୍ଗ୍ ମାରିଲା ଚୀନ ଟିକା ?

1 min read

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଚୀନ୍ କମ୍ପାନୀ ସିନୋଭେକ୍ ଦ୍ୱାରା ପ୍ରସ୍ତୁତ କରୋନା ଭାଇରସ ଟିକାକୁ ନେଇ ଅନେକ ନକରାତ୍ମକ ରିପୋର୍ଟ ଆସିଛି । ଫଳରେ ଚୀନ୍ ଭ୍ୟାକ୍ସିନ ପାଇଁ ଆଡଭାନ୍ସ ଅର୍ଡର ଦେଇଥିବା ଅନେକ ଦେଶ ଏବେ ଏହି ଟିକାକୁ କିଣିବାକୁ ମନା କରିଦେଲେଣି । କିଛି ଦେଶ ଏବେ ଚୀନ ଟିକା ବଦଳରେ ଭାରତୀୟ ଭ୍ୟାକ୍ସିନ ଚାହୁଁଛନ୍ତି । ଭାରତୀୟ ଭ୍ୟାକ୍ସିନର ଚାହିଦା ବଢିବା ସହିତ ଭାରତ ବିଶ୍ୱର ଭ୍ୟାକ୍ସିନ ପାୱାର ହାଉସ ଭାବେ ଉଭା ହେଲାଣି । ଏଣେ ଖୋଦ ଚୀନ୍ ବିଶେଷଜ୍ଞ ଓ ଖବରକାଗଜ ମଧ୍ୟ ଏହା ମାନିଲେଣି ଯେ, ଭାରତ ଭ୍ୟାକ୍ସିନ୍ ମାମଲାରେ ଚୀନଠାରୁ ଢେର ଆଗରେ ଅଛି ।

ବ୍ରାଜିଲ ଚୀନ୍ ଭ୍ୟାକ୍ସିନ ବ୍ୟବହାର କରୁଥିଲା କିନ୍ତୁ ଏବେ ଭାରତଠାରୁ ଟିକା ନେବାକୁ ଆଗ୍ରହ ପ୍ରକାଶ କରିଛି । ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖି ୮୦ ଲକ୍ଷରୁ ଅଧିକ ଟିକା ଦେବାକୁ ଅନୁରୋଧ କରିଛନ୍ତି । ବ୍ରାଜିଲ ସହିତ ଅନେକ ଦେଶ ଚାହୁଁଛନ୍ତି ଯେ, ଭାରତ ସେମାନଙ୍କୁ କୋଭିସିଲ୍ଡ ଓ ସମ୍ପୂର୍ଣ୍ଣ ସ୍ୱେଦେଶୀ କୋଭାକ୍ସିନ୍ ଯୋଗାଇ ଦେଉ । ୧୨ରୁ ଅଧିକ ଦେଶ ଭାରତ ବାୟୋଟେକର କୋଭାକ୍ସିନ୍ ଚାହୁଁଛନ୍ତି ।

ବିଶ୍ୱର ସବୁ ଦେଶର ମିଡିଆ ଭ୍ୟାକ୍ସିନ୍ କ୍ଷେତ୍ରରେ ଭାରତୀୟ ଶକ୍ତିକୁ ସ୍ୱୀକାର କରୁଛନ୍ତି । ସମସ୍ତେ ଏକମତ ଯେ, ଭ୍ୟାକ୍ସିନ ନିର୍ମାଣ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ନମ୍ବର । ଅନ୍ୟପକ୍ଷରେ ଚୀନ୍ ବିଶେଷଜ୍ଞ ଏହା ସ୍ୱୀକାର କରୁଛନ୍ତି ଯେ, ଭାରତ ସିରମ ଇନଷ୍ଟିଚ୍ୟୁଟ୍ ଅତ୍ୟନ୍ତ ମ୍ୟାଚୁରିଟି ଓ କ୍ୱାଲିଟି ସହିତ ଟିକା ତିଆରି କରୁଛି । ସିରମର ଉତ୍ପାଦନ କ୍ଷମତା ଜବରଦସ୍ତ ବୋଲି ଚୀନ୍ ବିଶେଷଜ୍ଞ କହୁଛନ୍ତି ।

ବିଶ୍ୱରେ ଭାରତୀୟ ଟିକା ଚାହିଦା ବଢିଲା: 

ଭାରତରେ ଦୁଇଟି ଭ୍ୟାକ୍ସିନକୁ ଅନୁମତି ମିଳିଛି । ଗୋଟିଏ ହେଉଛି କୋଭିସିଲ୍ଡ ଓ ଅନ୍ୟଟି କୋଭାକ୍ସିନ୍ । କୋଭିସିଲ୍ଡକୁ ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ଆଷ୍ଟ୍ରଜେନେକା ସହିତ ମିଶି ତିଆରି କରୁଛି । ଅନ୍ୟପକ୍ଷରେ କୋଭାକ୍ସିନ୍ ସମ୍ପୂର୍ଣ୍ଣ ସ୍ୱଦେଶୀ । ଏହାକୁ ଭାରତ ବାୟୋଟେକର ବୈଜ୍ଞାନିକ ତିଆରି କରିଛନ୍ତି । ସିରମ ଓ ଭାରତ ବାୟୋଟେକରେ ଦିନରାତି ଭ୍ୟାକ୍ସିନ ତିଆରି ଚାଲିଛି । ବିଶ୍ୱର ଅନେକ ଦେଶ ସିରମକୁ ବଡ ଧରଣର ଅଗ୍ରୀମ ଅର୍ଡର ଦେଇଛନ୍ତି । କୋଭାକ୍ସିନକୁ ମଧ୍ୟ ୧୨ ଦେଶ ଅର୍ଡର ଦେଇଛନ୍ତି ।

ଭାରତ ବାୟୋଟେକର ସ୍ୱଦେଶୀ ଟିକା

ଭାରତ ବାୟୋଟେକର ଦାବି ହେଉଛି ଏହାର ଟିକା ୯୦ ପ୍ରତିଶତ ସୁରକ୍ଷିତ ଓ ପ୍ରଭାବି । ଏହି ଟିକାକୁ ନେଇ ବିଶ୍ୱର ଅନେକ ଦେଶ ରୁଚି ଦେଖାଇଛନ୍ତି । ବ୍ରିଟେନ ଓ ଆମେରିକା ଭଳି ଦେଶ ମଧ୍ୟ ଭାରତ ବାୟୋଟେକର କୋଭାକ୍ସିନ୍ ନେବାକୁ ଇଛା ପ୍ରକାଶ କରିଛନ୍ତି । ଭାରତ ବାୟୋଟେକର ଉତ୍ପାଦନ କ୍ଷମତା ବେଶ ଅଧିକ । ଏହା ପୂର୍ବରୁ ଭାରତ ବାୟୋଟେକ୍ ଅନେକ ରୋଗ ପାଇଁ ଟିକା ତିଆରି କରିଛି । ଏହାର ଟିକାକୁ ବିଶ୍ୱର ୧୦୦ରୁ ଅଧିକ ଦେଶରେ ବ୍ୟବହାର କରାଯାଇଥାଏ । ପ୍ରଭାବୀ ଓ ସୁରକ୍ଷିତ ଟିକା ତିଆରି କରିବାରେ ଏହାର ଟ୍ରାକ୍ ରେକର୍ଡ ଉତ୍ତମ ।

ଟିକା ମାମଲାରେ ଗ୍ଲୋବାଲ ପାୱାର

ଭାରତୀୟ ଟିକାକୁ ନେଇ ଆଗରୁ ବି ଡିମାଣ୍ଡ୍ ଥିଲା । ବିଶ୍ୱରେ ଯେତିକି ଟିକା ବ୍ୟବହାର ହୋଇଥାଏ ତାର ଅଧାରୁ ଅଧିକ ଭାରତରୁ ରପ୍ତାନ ହୋଇଥାଏ । ଏସୀଆରେ ଟିକା ତିଆରି କରିବା ମାମଲାରେ ଭାରତ ନମ୍ବର ଏକ । କିନ୍ତୁ କରୋନା କାଳରେ ଭାରତ ଯେଉଁଭଳି ଭାବରେ କରୋନା ଭ୍ୟାକ୍ସିନର ଅବ୍ୟର୍ଥ ଟିକା ତିଆରି କରିଛି ସେଥିରୁ ଭାରତୀୟ ଟିକା ତିଆରି କ୍ଷମତାକୁ ପୁରା ବିଶ୍ୱ ସଲାମ କରୁଛି । ଭାରତ ଟିକା ତିଆରି ମାମଲାରେ ବିଶ୍ୱର ଗ୍ଲୋବାଲ ପାୱାର ଭାବେ ଉଭା ହୋଇଛି ।

କେମିତି ଚିତପଟାଙ୍ଗ୍ ମାରିଲା ଚୀନ୍ ?

କରୋନାର ପିକ୍ ପିରିୟଡରେ ପୁରା ବିଶ୍ୱ ଏହାର ଟିକା ଖୋଜୁଥିଲା । କୁହାଯାଉଥିଲା ଯେ, ଯେଉଁ ଦେଶ ଏହାର ଟିକା ପ୍ରଥମେ ବାହାର କରିବ ସେହି ଦେଶର ଗ୍ଲୋବାଲ ପାୱାର ଷ୍ଟାଟସ ବୃଦ୍ଧି ପାଇବ । ଆଶଙ୍କା କରାଯାଉଥିଲା ଯେ, ବୁହାନରୁ ବାହାରିଥିବା ଭାଇରସ ବିରୋଧରେ ପ୍ରଥମେ ଟିକା ତିଆରି ଚୀନ୍ ବାକି ବିଶ୍ୱକୁ ବ୍ଲାକ୍ ମେଲ୍ କରିବା ସହିତ ବିଶ୍ୱ ଶକ୍ତି ଭାବେ ଉଭା ହେବ । କିନ୍ତୁ ଏହା ସହିତ ଏହା ମଧ୍ୟ କୁହାଯାଉଥିଲା ଯେ, ଯେଉଁ ଦେଶ ପ୍ରଥମ ଟିକା ତିଆରି କରୁନା କାହିଁକି ତାକୁ ଟିକାର ମାସ୍ ପ୍ରଡକ୍ସନ ପାଇଁ ଭାରତ ଆସିବାକୁ ପଡିବ । କାରଣ ଭାରତ ପାଖରେ କମ ସମୟରେ ବ୍ୟାପକ ପରିମାଣରେ ଟିକା ତିଆରି କରିବାର ଭିତ୍ତିଭୂମି ରହିଛି । ଯାହା ଅନ୍ୟଦେଶ ଏପରିକି ବିକଶିତ ଆମେରିକା ଓ ୟୁରୋପର କିଛି ଦେଶଙ୍କ ପାଖରେ ମଧ୍ୟ ନାହିଁ । ତେବେ ଭାରତ ଏହା ଭିତରେ ନିଜ ସ୍ୱଦେଶୀ ଟିକା ମଧ୍ୟ ତିଆରି କରି ସାରିଛି ।
ତରବରିଆ ଭାବେ ଚୀନ୍ ପ୍ରଥମେ ନିଜର କରୋନା ଟିକା କଥା ଘୋଷଣା କରିଥିଲା । ଏହି ଟିକା ସୁରକ୍ଷିତ ଓ ପ୍ରଭାବୀ ବୋଲି ଚୀନ୍ ଦାବି କରିଥିଲା । ଚୀନ୍ ଦାବିକୁ ଦେଖି ବ୍ରାଜିଲ ଭଳି ଦେଶ ମଧ୍ୟ ଏହାଠାରୁ ଟିକା କିଣିଥିଲେ । କିନ୍ତୁ ଗତ ସପ୍ତାହରେ ବ୍ରାଜିଲର ବୈଜ୍ଞାନିକ ଚୀନ୍ ଟିକା କରୋନା ବିରୋଧରେ ୫୦ ପ୍ରତିଶତ ପ୍ରଭାବୀ ବୋଲି କହିଥିଲେ ।

ମାତ୍ର ୫୦ ପ୍ରତିଶତ ସୁରକ୍ଷିତ

ବ୍ରାଜିଲ ବୈଜ୍ଞାନିକଙ୍କ କହିବା ହେଉଛି ଚୀନ୍ ଟିକା ମାତ୍ର ୫୦ ପ୍ରତିଶତ ପ୍ରଭାବୀ । ବ୍ରାଜିଲ ବୈଜ୍ଞାନିକଙ୍କ ଏହି ଘୋଷଣା ପରେ ଯେଉଁ ସବୁ ଦେଶ ଚୀନ୍ ଟିକା ପାଇଁ ପ୍ରିଅର୍ଡର ଦେଇଥିଲେ ସେମାନେ ଏବେ ଟିକା ନେବାକୁ ରାଜି ନୁହନ୍ତି । ଏହି ସବୁ ଦେଶଙ୍କ ମଧ୍ୟରୁ ଅନେକ ଏବେ ଭାରତୀୟ ଟିକା ପାଇଁ ଆଗ୍ରହ ଦେଖାଇଛନ୍ତି । ଚୀନର ଯେଉଁ ସିନୋଭେକ୍ କମ୍ପାନୀ ଟିକା ତିଆରି କରିଛି ତାହା ଏକ ସରକାରୀ କମ୍ପାନୀ । ଏହି ଟିକାକୁ ଚୀନ୍ ଖୁବ ଶସ୍ତାରେ ବିକ୍ରି କରୁଥିଲା । କିନ୍ତୁ ଏବ ନକରାତ୍ମକ ସମୀକ୍ଷା ରିପୋର୍ଟ ଆସିବା ପରେ ଚୀନ୍ ମିଡିଆ ଏହାକୁ ଦବାଇବାକୁ ଉଦ୍ୟମ କରୁଛି ।

ପୁରୁଣା ଟେକନିକରେ ତିଆରି ହୋଇଛି ଟିକା

ଚୀନ୍ ଯେଉଁ ଭ୍ୟାକ୍ସିନ୍ ତିଆରି କରିଛି ତାହା ପୁରୁଣା ଜ୍ଞାନକୌଶଳରେ ନିର୍ମିତ । ଏହି ଭ୍ୟାକ୍ସିନ ରାସାୟନିକ ପ୍ରକ୍ରିୟା ଦ୍ୱାରା ତିଆରି ହୋଇଛି । ଏହି ଟେକନିକ୍ ଭାଇରସକୁ ମାରିବା କିମ୍ବା ଦୁର୍ବଳ କରିଥାଏ । କିନ୍ତୁ ଏଥିରେ ଏହାର ଶକ୍ତି କମ ହୋଇଥାଏ । ଚୀନ୍ ଟିକା ଦ୍ୱାରା ଶରିରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇନଥାଏ ବୋଲି ବ୍ରାଜିଲ ରିପୋର୍ଟରେ ଦାବି କରାଯାଇଛି । ଅନ୍ୟପକ୍ଷରେ ଭାରତରେ ତିଆରି ହୋଇଥିବା ଭ୍ୟାକ୍ସିନ୍ MRNA ଟେକନିକ୍ ଦ୍ୱାରା ପ୍ରସ୍ତୁତ ।
ଭାରତ କ୍ଷମତାକୁ ଚୀନ୍ ମାନିଲ

ପ୍ରଥମ ଥର ପାଇଁ ଚୀନ୍ କରୋନା ଭ୍ୟାକ୍ସିନ୍ ପ୍ରସଙ୍ଗରେ ଭାରତର ଅଭିଜ୍ଞତା ଓ ଉତ୍ପାଦନ କ୍ଷମତାକୁ ମାନିଛି । ଗ୍ଲୋବାଲ ଟାଇମ୍ସ ଏକ ରିପୋର୍ଟରେ ଚୀନ ଏକ୍ସପର୍ଟ ଜିୟାଙ୍ଗ୍ ଚୁନଲାଇଙ୍କ ବକ୍ତବ୍ୟ ପ୍ରକାଶ କରିଛି । ଯେଉଁଥିରେ ଜିୟାଙ୍ଗ କହିଛନ୍ତି ଯେ, ‘‘ ଭାରତର ସିରମ ଇନଷ୍ଟିଚ୍ୟୁଟ୍ ଦୁନିଆର ସବୁଠାରୁ ବଡ ଟିକା ଉତ୍ପାଦକ । ସେମାନେ ଅଧିକ ପରିପକ୍ୱତାର ସହିତ ଟିକା ଉତ୍ପାଦନ କରନ୍ତି । ଏହା ସହିତ ସେମାନଙ୍କ ସପ୍ଲାଇ କ୍ଷମତା ମଧ୍ୟ ଜବରଦସ୍ତ । ଏହି ମାମଲାରେ ସେମାନେ ପାଶ୍ଚାତ୍ୟ ଦେଶଙ୍କଠାରୁ ଢେର ଆଗରେ ଅଛନ୍ତି । ଭାରତୀୟ ଭ୍ୟାକ୍ସିନ୍ ନିର୍ମାତ ଢେର ଆଗରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଗାଭି, ଓ ଦକ୍ଷିଣ ଆମେରିକା ପାହୋ ସହିତ ଚୁକ୍ତି କରିଥିଲେ’’

Leave a Reply