କେମିତି ଭାରତୀୟ ସୈନିକଙ୍କୁ ଧୋକାରେ ହତ୍ୟା କଲେ ଚୀନ୍ ସୈନିକ,ଜାଣନ୍ତୁ..

ଲେହ: ଚୀନ ପୁଣିଥରେ ଭାରତକୁ ଧୋକା ଦେଇଛି । ପୂର୍ବ ଲଦାଖରୁ ପଛକୁ ହଟିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଚୀନ୍ । ଭାରତୀୟ ସୈନିକ ସେହି ପ୍ରସଙ୍ଗରେ କଥା ହେବା ପାଇଁ ଚୀନ୍ କ୍ୟାମ୍ପ ପାଖକୁ ଯାଇଥିଲେ । କିନ୍ତୁ ସେଠାରେ ଚୀନ ସୈନକ ଷଡ଼ଯନ୍ତ୍ର କରି ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ ।

ଚୀନ୍  ବାସ୍ତବିକ୍ ନିୟନ୍ତ୍ରଣ ରେଖାରୁ ତାର ସୈନିକଙ୍କ ହଟାଇ ଉତ୍ତେଜନା ହ୍ରାସ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଚୀନ ସୈନିକ ଗଲବାନରୁ ହଟିବା ପାଇଁ ରାଜି ମଧ୍ୟ ହୋଇଥିଲେ । ଦୁଇ ପକ୍ଷର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ପୂର୍ବରୁ ଚୀନ୍ ତାର ସୈନିକଙ୍କ ହଟାଇବ ବୋଲି ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା ।

କ ବନାମ ୩

ଚୀନ୍ ମଧ୍ୟ ନିଜ ସେନା ହଟାଇ ପାଇଁ ରାଜି ହୋଇଥିଲା । କିନ୍ତୁ ପରେ ଚୀନ ସେନା ନିଜ ସ୍ଥାନରୁ ହଟିନଥିଲା । ଚୀନ୍ ସୈନିକ କ’ଣ ପାଇଁ ନିଜ ସ୍ଥାନ ଛାଡୁନାହାନ୍ତି ଜାଣିବା ପାଇଁ ୧୬ ବିହାର ରେଜିମେଣ୍ଟ୍ର କର୍ଣ୍ଣଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ଛୋଟିଆ ଟିମ୍ ଚୀନ ପକ୍ଷ ସହ କଥା ହେବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ପହଂଚି ସେ ଜାଣିବାକୁ ପାଇଥିଲେ ଯେ, ଚୀନ ସେନା ଉକ୍ତ ଅଂଚଳ ଛାଡିବାକୁ ଚାହୁଁନାହିଁ ।

ମିଳୁଥିବା ତଥ୍ୟ ଅନୁସାରେ ଚୀନ୍ ସୈନିକ ଭାରତୀୟ ସୈନିକଙ୍କୁ ଘେରି ଯାଇଥିଲେ ଓ ପଥର,ଲାଠି ଓ କଣ୍ଟାଯୁକ୍ତ ତାର ଦ୍ୱାରା ଆକ୍ରମଣ କରିଥିଲେ । ଏହି ସଂଘର୍ଷ କାଳରେ ଭାରତୀୟ ଯବାନଙ୍କ ତୁଳନାରେ ତିନି ଗୁଣ ଚୀନ୍ ସୈନିକ ଥିଲେ । ଜଣକ ମୁକାବିଲାରେ ୩ ପରିସ୍ଥିତିରେ ମଧ୍ୟ ଭାରତୀୟ ସୈନିକ ଜବରଦସ୍ତ ଉତ୍ତର ଦେଇଥିଲେ ।

ତିନି ଘଣ୍ଟା ଚାଲିଥିଲା ସଂଘର୍ଷ

ପ୍ରାୟ ତିନି ଘଣ୍ଟା ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ହାତାହାତି ସଂଘର୍ଷରେ ଭାରତୀୟ କମାଣ୍ଡିଂ ଅଫିସର ସନ୍ତୋଷ ବାବୁ ଆହତ ହୋଇଥିଲେ । ଝଗଡା ଆରମ୍ଭ ହେବା ପରେ ପରେ ଭାରତୀୟ ସୈନିକଙ୍କ ଦ୍ୱିତୀୟ ଟିମ୍ ଘଟଣାସ୍ଥଳରେ ପହଂଚିଥିଲା । ଦ୍ୱିତୀୟ ଟିମ୍ ଚୀନ୍ ସୈନିକଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ମିଳୁଥିବା ସୂଚନା ଅନୁସାରେ ଭାରତର ପାଲଟା ଆକ୍ରମଣରେ  ୩୫ରୁ ଅଧିକ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ଚୀନ୍ ନିଜ ସୈନିକଙ୍କ ହତାହତ ସଂଖ୍ୟାକୁ ନେଇ କୌଣସି ଟିପ୍ପଣୀ ଏପର୍ଯ୍ୟନ୍ତ କରିନାହିଁ । ତେବେ ଆମେରିକାର ସିଆଇଏ ଅନୁସାରେ ୩୫ ଜଣ ଚୀନ୍ ସୈନିକ ପ୍ରାଣ ହରାଇଛନ୍ତି । ତେବେ ଭାରତୀୟ ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଅନୁସାରେ ଚୀନ ପଟୁ ୪୩ ଜଣ ଆହତ ହୋଇଛନ୍ତି କିମ୍ବା ନିହତ ହୋଇଛନ୍ତି ।

 

Leave a Reply