ହାଉସବୋଟରୁ ଶୁଣିହେବ ବିଦେଶୀ ଚଢ଼େଇଙ୍କ କିଚିରି ମିଚିରି, ଦେଖିହେବ ବିରଳ ଡଲଫିନ୍

1 min read

ଏଣିକି ଓଡ଼ିଶାରେ ମିଳିପାରିବ କେରଳ ଓ ଜମ୍ମୁ କଶ୍ମୀରରେ ବୁଲିବା ଭଳି ମଜା । ମରାଳ ମାଳିନୀ ନିଳାମ୍ବୁ ଚିଲିକାର ଗଭୀର ଜଳରାଶିରେ କଟାଇ ହେବ ସାରା ରାତି । ଅତିପାଖରୁ ଶୁଣିହେବ ବିଦେଶୀ ପର୍ଯ୍ୟଟକଙ୍କ କିଚିରି ମିଚିରି ଶବ୍ଦ ଓ ଦେଖିହେବ ବିରଳ ଡଲଫିନଙ୍କୁ । ଘର ଭିତରେ ରହି ଏ ସବୁ କରିହେବ ପାଣି ମଧ୍ୟରେ । ଠିକ୍ କେରଳର ହାଉସ୍ ବୋଟ୍ ଭଳି ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହାଉସବୋଟ୍ ।

chilika bird

ଇକୋ ଟୁରିଜିମକୁ ଗୁରୁତ୍ୱ ଦେଇ ସରକାର ଏମିତି କିଛି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଚିଲିକା ଓ ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ  ହାଉସ୍ ବୋଟ୍ ବ୍ୟବସ୍ଥା ହେବ । ଏଥିପାଇଁ ସର୍ଫିଂ ଫେଡେରେସେନ ଅଫ ଇଣ୍ଡିଆ ସହ ଚୁକ୍ତି କରାଯାଇ ବୋଟ୍ କିଣାଯିବ। ଭୁବନେଶ୍ୱରରେ ପର୍ଯ୍ୟଟନ ଉପଦେଷ୍ଟା ବୈଠକ ପରେ ପର୍ଯ୍ୟଟନ ସଚିବ ଵିଶାଲ ଦେବ ଏନେଇ ସୂଚନା ଦେଇଛନ୍ତି । ନିଳାମ୍ବୁ ଚିଲିକା ସହ ଭିତର କନିକାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଜନା କରାଯାଇଛି । ଚିଲିକା ଓ ଭିତର କନିକାର ଉନ୍ନତିକରଣ କରାଯିବ ।

Dolphins Chilika

୯ଟି ସର୍କିଟ ସହ ୧୩ ଡେଷ୍ଟିନେସନକୁ ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ରମ୍ଭାରେ ଭିତ୍ତିଭୂମି ଉନ୍ନତି କରଣ କରାଯାଇ ହୋଟେଲ, ରିସର୍ଟ ତିଆରି କରାଯିବ । ଗୋଟିଏ ବୁଦ୍ଧିଷ୍ଟ ସର୍କିଟ୍ ତିଆରି ହେବ । ଆସନ୍ତା ଡିସେମ୍ୱର ସୁଦ୍ଧା କିଛି କାର୍ଯ୍ୟ ଓ ଆଉ କିଛି ଆସନ୍ତା ବର୍ଷ ଶେଷସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

houseboat

ଘରୋଇ ପର୍ଯ୍ୟଟନର ବିକାଶ କରାଯିବ । ଏଥିପାଇଁ ବିଭିନ୍ନ ରାଜ୍ୟର ୮ଟି ସହରରେ ଡୋମେଷ୍ଟିକ ରୋଡ୍-ସୋ କରାଯାଇଛି । ଆଗକୁ ଆଉ ୬ଟି ସହରରେ ଡୋମେଷ୍ଟିକ ରୋଡ୍ ସହ କରାଯିବାକୁ ସ୍ଥିର ହୋଇଥିବା ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି । ')}

Leave a Reply