ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଦିବଂଗତ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ସହିଦ ସୈନିକ ଓ କୋଭିଡ୍‌ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଅଧିବେଶନରେ । ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଲୋକସେବା ଭବନରୁ ୬ ଜଣ ବରିଷ୍ଠ ବିଧାୟକ ଯୋଡ଼ି ହୋଇଥିଲେ । ତେବେ ପଜିଟିଭ ଚିହ୍ନଟ ବିଧାୟକଙ୍କୁ ଗୃହରେ ପ୍ରବେଶ ଅନୁମତି ମିଳିନି ।

ବାଚସ୍ପତି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି । ତେବେ ଆଜି ଗୃହରେ ମୋଟାମୋଟି ଭାବରେ କୋଭିଡ଼ ପରିଚାଳନା, ରାଜ୍ୟରେ ବନ୍ୟା ସ୍ଥିତି ଏବଂ ଜିଏସ୍‌ଟି ଉପରେ ଆଲୋଚନା ହୋଇପାରେ । ବିରୋଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଶାସକ ଦଳ ପାଖରେ ରହିଛି ବୋଲି ବିଜେଡ଼ିର ବରିଷ୍ଠ ନେତା ମାନେ କହିଛନ୍ତି । ସେପଟେ ଆଜି କରୋନା କଟକଣାରେ ଆରମ୍ଭ ହୋଇଥିଲା ବିଧାନସଭା । ବିଧାନସଭାରେ ଏକ ଭିନ୍ନ ଧରଣର ମାହୋଲ ଥିଲା ବୋଲି କହିଛନ୍ତି ବିଧାୟକ ମାନେ । କୋଭିଡ଼ କଟକଣା ସହ ପୁରା ସୁରକ୍ଷିତ ଭବରେ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ କାଚ ଲଗାଯାଇ ଅଲଗା ସିଟର ବ୍ୟବସ୍ଥା କରାଯାଇଥିବା ଏକ ଭଲ ପଦକ୍ଷେପ ବୋଲି ବିଧାୟକ ମାନେ କହିଛନ୍ତି ବିଧାୟକ ମାନେ ।

Leave a Reply