ଜାଣନ୍ତୁ କେମିତି କଟିବ ଆଜିର ଦିନରେ

1 min read

ମେଷ- ଅଶ୍ଵିନୀ ଓ କୃତ୍ତିକା ନକ୍ଷତ୍ର- ଦିନଟି ଶୁଭରେ କଟିବ । ଅର୍ଥନୈତିକ ପ୍ରଗତିର ସୁଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ । ଦ୍ଵିଜା ନକ୍ଷତ୍ର – ପରିବାର ମଧ୍ୟରେ ଭୁଲ ବୁଝାମଣା, ଅଯଥା ବ୍ୟୟ ବୃଦ୍ଧି ଦ୍ଵାରା ମନସ୍ତାପ ହେବେ। ଦୁର୍ଘଟଣା ଭୟ ରହିଛି, ଆଜି ତୁଳସୀ ପତ୍ର ୫ ଗୋଟି ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

ବୃଷ ରାଶି – କୃତ୍ତିକା ଓ ମୃଗଶିରା ନକ୍ଷତ୍ର – ସାହସିକ ପଦକ୍ଷେପ ନେଇ ସଫଳ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବେ ଏବଂ ମିତ୍ର ବନ୍ଧୁଙ୍କ ସହଯୋଗ ମିଳିବ। ରୋହିଣୀ ନକ୍ଷତ୍ର – ଶାରୀରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ନିଜ ଲୋକମାନେ ଶତ୍ରୁ ପରି ବ୍ୟବହାର କରିବେ। ଲୁଣ ଓ ଚିନିକୁ ମିଶ୍ରଣ କରି ନିଜ ପାଖରେ ରଖନ୍ତୁ। ଆଜି ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ।

ମିଥୁନ ରାଶି – ମୁଗଶୀରା ଓ ପୁନର୍ବସୁ ନକ୍ଷତ୍ର – ସୁଖ ଶାନ୍ତିରେ ସମୟ କଟିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ରହିବ। ଆର୍ଦ୍ରା ନକ୍ଷତ୍ର – ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନକୁ ନେଇ ଚିନ୍ତିତ ରହିବେ। କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦେଖାଦେବ। ୫ ଗୋଟି ସବୁଜ ଗୁଜୁରାତି ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

କର୍କଟ ରାଶି – ପୁନର୍ବସୁ ଓ ପୁଷ୍ୟ ନକ୍ଷତ୍ର – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ। ଦେହ ଓ ମନ ଭଲ ରହିବ। ଆୟ ବୃଦ୍ଧି ର ଯୋଗ ରହିଛି। ଅଶ୍ଳେଷା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ବାଧା ପ୍ରତିବନ୍ଧକ ଦେଖା ଦେବ। ମାଆଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ବିଚଳିତ ରହିବେ। ଅରୁଆ ଚାଉଳ ଓ ହଳଦୀ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

ସିଂହ ରାଶି – ମଘା ଓ ଉତ୍ତର ଭାଲଗୁନ ନକ୍ଷତ୍ର – କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସଫଳତା ମିଳିବ। ହସ ଖୁସିରେ ସମୟ କରିବେ। ନିଜର ପ୍ରିୟ ବ୍ୟକ୍ତି ଙ୍କ ସହ ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। ପୂର୍ବା ଭାଲଗୁନୀ ନକ୍ଷତ୍ର – ମାନ ସମ୍ମାନ ହାନି ଏବଂ ମିଥ୍ୟା ଆରୋପ ଲାଗିବାର ଭୟ ରହିଛି। ସ୍ବାସ୍ଥ୍ୟ ପ୍ରତି ସତର୍କ ହୋଇ କାମ କରନ୍ତୁ। ହଳଦୀ ରଙ୍ଗ ଫୁଲକୁ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

କନ୍ୟା ରାଶି – ଉତ୍ତର ଫାଲଗୁନି ଓ ଚିତ୍ରା ନକ୍ଷତ୍ର – କର୍ମ କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିବ। ଗୁପ୍ତ ଶତ୍ରୁ ପରାଜିତ ହେବେ। ନୂତନ ଦ୍ରବ୍ୟ କ୍ରୟ କରିବେ, ଆନନ୍ଦରେ ସମୟ କଟିବ। ହସ୍ତା ନକ୍ଷତ୍ର – ହଠାତ୍ ଧନ ବ୍ୟୟ ହେବାର ଯୋଗ ରହିଛି। ପାରିବାରିକ ସମସ୍ୟାକୁ ନେଇ ସାମାଜିକ ଚାପ ବୃଦ୍ଧି ପାଇବ। ୭ ଗୋଟି ଗୋଲମରିଚ କୁ ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

ତୁଳା ରାଶି – ଚିତ୍ରା ନକ୍ଷତ୍ର ଓ ବିଶାଖା ନକ୍ଷତ୍ର – ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ। ପୂରାତନ ଏବଂ ନୂତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଶରୀର ଓ ମାନ ସୁସ୍ଥ ରହିବ। ସ୍ଵାତୀ ନକ୍ଷତ୍ର – ବ୍ୟସ୍ତତା ମଧ୍ୟରେ ସମୟ କଟିବ। ପରିବାର ମଧ୍ୟରେ ଛୋଟ କଥାକୁ ନେଇ ମତାନ୍ତର ଦେଖାଦେବ। ମାଆ ତାରିଣୀ ଙ୍କ ପାଖକୁ ୧ ନଡ଼ିଆ ପଠାଇ କାର୍ଯ୍ୟ ଆରମ୍ଭ କରନ୍ତି।

ବିଛା ରାଶି – ବିଶାଖା ନକ୍ଷତ୍ର ଓ ଜ୍ୟେଷ୍ଠା ନକ୍ଷତ୍ର – କର୍ମ କ୍ଷେତ୍ରରେ ପ୍ରୋମୋସନ୍ ପାଇଁ ରାସ୍ତା ପରିଷ୍କାର ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା। ଦୂର ସ୍ଥାନରୁ ସୁସମ୍ବାଦ ମିଳିବ। ଅନୁରାଧା ନକ୍ଷତ୍ର – ଧର୍ଯ୍ୟର ସହ କାମ କରନ୍ତୁ। ବିଳମ୍ବରେ କାର୍ଯ୍ୟ ସଫଳ ହେବ। ଅଯଥା ଅପବ୍ୟୟ ବୃଦ୍ଧି ହେବ। ଆଜି ଭଗବାନ ଶିବଙ୍କୁ ଦର୍ଶନ କରି ତ୍ରିଶାଖା ବେଲପତ୍ର ରଖି କାର୍ଯ୍ୟ କରନ୍ତୁ।

ଧନୁ ରାଶି – ମୂଳା ନକ୍ଷତ୍ର ଓ ଉତ୍ତରସାଢା ନକ୍ଷତ୍ର ପରିବାର ସହିତ ହସ ଖୁସିରେ ସମୟ କରିବେ। ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ମିଳିବ। ଘର ପାଇଁ କିଛି ଦ୍ରବ୍ୟ କ୍ରୟ କରିବେ। ପୂର୍ବସାଢା ନକ୍ଷତ୍ର – ଧନାହାନି, ପ୍ରାଣପିଡା ପରି ପରିସ୍ଥିତି ରହିଥିବାରୁ ଜଗି ରଖି ଚାଲନ୍ତୁ । ଆକସ୍ମିକ ଭାବରେ ଅର୍ଥବ୍ୟୟର ଯୋଗ ରହିଛି। ଗୋମାତାଙ୍କୁ ରୋଟି ଗୁଡ଼ ଖାଇବାକୁ ଦେଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ମକର ରାଶି – ଉତ୍ତରସାଢା ନକ୍ଷତ୍ର – ଅନେକ ଦିନର ଆଶା ସଫଳ ହେବ। ଶୁଭ କାର୍ଯ୍ୟରେ ସମୟ କଟିବ। ଧର୍ମ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ। ଦେହ ଓ ମନ ସୁସ୍ଥ ରହିବ। ଶ୍ରାବଣା ନକ୍ଷତ୍ର – ସ୍ତ୍ରୀ ଙ୍କ କଥାକୁ ନେଇ ମାନସିକ ଯନ୍ତ୍ରଣା ବୃଦ୍ଧି ପାଇବ। ବିବାଦୀୟ ପରିସ୍ଥିତିରେ ଛନ୍ଦି ହୋଇ ରହିବେ। ଜଗି ରଖି ଚାଲିବାକୁ ଚେଷ୍ଟା କରନ୍ତୁ। ହନୁମାନଙ୍କୁ ଦର୍ଶନ କରି ଧଳା ସୋରିଷ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

କୁମ୍ଭ ରାଶି – ଧନିଷ୍ଠ ନକ୍ଷତ୍ର ଓ ପୂର୍ବ ଭାଦ୍ର ନକ୍ଷତ୍ର – ବ୍ୟବସାୟରେ ଲାଭ ଏବଂ ସୁଖମୟ ଦାମ୍ପତ୍ୟ ଜୀବନ, ମାନସିକ ଶାନ୍ତି ଅନୁଭବ କରିବେ। ପୁରୁଣା ରୋଗରୁ ମୁକ୍ତି ପାଇବେ। ସତଭିସା ନକ୍ଷତ୍ର – ଆକସ୍ମିକ ଦୁର୍ଘଟଣା ଘଟିବାର ଯୋଗ ଥିବାରୁ ଯାନ ବାହାନ ଧୀରେ ଚାଲନ୍ତୁ। ଆଜି ମାଆ ଦୁର୍ଗାଙ୍କୁ ଲାଲ୍ ମନ୍ଦାର ଓ ସିନ୍ଦୂର ଅର୍ପଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ।

ମୀନ ରାଶି – ପୂର୍ବ ଭାଦ୍ର ନକ୍ଷତ୍ର – ସୁଖ ଶାନ୍ତିରେ ସମୟ କଟିବ। ଅନେକ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ସଫଳ ହେବ। ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଉତ୍ତର ଭାଦ୍ର ନକ୍ଷତ୍ର – ସହ କର୍ମୀ ଶତ୍ରୁ ପରି କାମ କରିବେ। ମାନସିକ ଦୁଶ୍ଚିନ୍ତା ମଧ୍ୟରେ ସମୟ କଟିବ। ଓଁ ଧବଳେଶ୍ଵର ନମଃ ଏହି ମନ୍ତ୍ର କୁ ୩ ଥର ପାଠ କରନ୍ତୁ।

Leave a Reply