ଆଇପିଏସ୍ ମେସ୍‌ରେ ବେକରେ ବେଡ଼ସିଟ୍‌ ଲଗାଇ ହୋମଗାର୍ଡଙ୍କ ଆତ୍ମହତ୍ୟା

1 min read

ପୁରୀ ଆଇପିଏସ୍‌ ମେସ୍‌ ହିରକ ଭବନରେ ଅଭାବନୀୟ ଘଟଣା । ବେକରେ ବେଡ଼ସିଟ ଲଗାଇ ହୋମଗାର୍ଡଙ୍କ ଆତ୍ମହତ୍ୟା ଅଭିଯୋଗ। ରାତି ଡିୟୁଟିରେ ଥିଲା ବେଳେ କୌଣସି କାରଣରୁ ହୋମଗାର୍ଡ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ମୃତ ହୋମଗାର୍ଡ ହେଉଛନ୍ତି ଡେଲାଙ୍ଗ ଗୁଆଳିପଡାର ସରୋଜ ପ୍ରଧାନ । ତାଙ୍କ ସାଥି ମାନଙ୍କ କହିବା ମୁତାବକ ସରୋଜ, ରାତିରେ ଖାଇସାରି ତାଙ୍କ ରୁମ୍‌କୁ ଶୋଇବାକୁ ଯାଇଥିଲେ । ହେଲେ ସକାଳେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସେ ପାରିବାରିକ କଳହ କିମ୍ବା ଉପରିସ୍ଥ ଅଧିକାରୀଙ୍କ କୌଣସି ଚାପରେ ଆସି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ସଦରମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ପୋଲିସ ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ')}

Leave a Reply