ବିହାର ଭୋଟ୍ ସମୟରେ ପଶ୍ଚିମବଙ୍ଗରେ କ’ଣ କରୁଛନ୍ତି ଅମିତ ଶାହା, କାହାକୁ ଭାଜପା କରିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ… ଖୋଲିଲେ ରହସ୍ୟ

1 min read

କୋଲକତା: ବିହାର ନିର୍ବାଚନ ଜାରି ରହିଛି । ୪୮ ଘଣ୍ଟା ପରେ ଭୋଟିଂ ହେବ । ବିହାର ସମେତ ସାରା ଦେଶର ରାଜନୈତିକ ମହଲର ନଜର ବିହାର ଫଳାଫଳ ରହିଛି । ବିଜେପିର ଆଭିମୁଖ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ’ଣ ରହୁଛି । ତାହା ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଛି । ହେଲେ ବିହାର ନିର୍ବାଚନ ନ ସରୁଣୁ, ବିଜେପି ପଶ୍ଚିମବଙ୍ଗ ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଆରମ୍ଭ କରି ଦେଇଛି । ଏହି ପ୍ରକ୍ରିୟା ୨୦୧୯ ନିର୍ବାଚନ ସଫଳତା ପରେ ଆହୁରି ଜୋରରେ ହେଉଛି । ଗୃହ ମନ୍ତ୍ରୀ ଅମିଶ ଶାହା ନିଜେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାଙ୍ଗଠନିକ ଚର୍ଚ୍ଚା ଏବଂ ବୈଠକ କରୁଛନ୍ତି ।

ଏହି ଖବର ଲେଖା ହେଲା ବେଳକୁ ମଧ୍ୟ ପଶ୍ଚିମବଙ୍ଗ ବିଜେପି ନେତାଙ୍କ ସହ ଶାହା ଆଲୋଚନା କରିବା ଜାରି ରଖିଛନ୍ତି । ନିର୍ବାଚନକୁ ଆଉ ୭ ମାସ ସମୟ ରହିଛି । ବିଗତ ଦିନରେ ତୃଣମୂଳରେ ଭାଜପା ସମର୍ଥକ-ତୃଣମୂଳ କଂଗ୍ରେସ ସମର୍ଥକଙ୍କ ସଂଘର୍ଷ ଜାତୀୟ ଖବର ଶିରୋନାମା ପାଲଟିଛି । ବିଭିନ୍ନ ବିଜେପି ନେତାଙ୍କ ମୃତ୍ୟୁକୁ ହିଁ ଦଳ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ କରିଛି ।

ତେବେ ମମତାଙ୍କ ରାଜନୈତିକ ଛବିକୁ କଡ଼ା ଟକ୍କର ଦେଇ କେଉଁ ଚେହେରାକୁ ଆଗକୁ ଅଣାଯିବ । ସେ ନେଇ ଜୋରଦାର ବିଚାରବିମର୍ଶ ଜାରି ରହିଛି । ଦରକାର ପଡିଲେ ନିର୍ବାଚନ ଆଗରୁ ଏହି ଘୋଷଣା କରାଯିବ ବୋଲି ଶାହା କହିଛନ୍ତି । ସେହିପରି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାହା କହିଛନ୍ତି ଯେ, ଏଠାରେ ଜନତା ରାଜନୈତିକ ଦଳ ଅପେକ୍ଷା ନିର୍ବାଚନ ନେଇ ଅଧିକ ଉତ୍ସାହିତ ଅଛନ୍ତି ।

ତେବେ କିଏ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ, ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଭାଜପା ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ, ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟଙ୍କ ନାଁ ସର୍ବାଧିକ ଚର୍ଚ୍ଚାରେ ରହିଛି । ସେହିପରି ବର୍ତ୍ତମାନ ବିସିସିଆଇ ସଭାପତି ଥିବା ସୌରଭ ଗାଙ୍ଗୁଲିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ସୌରଭ ରାଜନୀତିକୁ ଆସିବା ନେଇ ମନସ୍ଥିର କରି ପାରୁ ନ ଥିବା ଜଣାପଡିଛି ।

 

 

Leave a Reply