ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଶ୍ୱାସ ନେବାରେ ଅସୁବିଧା, ବିଳମ୍ବିତ ରାତିରେ AIIMS ରେ ହେଲେ ଭର୍ତ୍ତି

1 min read

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଗୃହମନ୍ତ୍ରୀ ଅମିତ ଶାହା ସ୍ୱାସ୍ଥ୍ୟଗତ ସମସ୍ୟା ସହ ଲଢ଼ୁଛନ୍ତି । ଏଭଳି ପରିସ୍ଥିତିରେ ଅମିତ ଶାହା ପୁଣି ଥରେ ଦିଲ୍ଲୀର AIIMS ରେ ଭର୍ତ୍ତି ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି ଥରେ AIIMS ରେ ରାତି ୧୧ ଟାରେ ଭର୍ତ୍ତି କରାଯାଇଛି । ନିକଟରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ତେବେ ଚିକିତ୍ସା ପରେ ତାଙ୍କର ଦେହ ସୁସ୍ଥ ହୋଇଥିଲା । ସୁସ୍ଥ ପରେ ତାଙ୍କୁ ଡାକ୍ତରଖାନାରୁ  ଡିସଚାର୍ଜ କରାଯାଇଥିଲା । କିନ୍ତୁ ଅମିତ ଶାହାଙ୍କୁ ପୁଣି ନିଶ୍ୱାସ ନେବାରେ ଅସୁବିଧା ହେତୁ ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ରାତି ୧୧ ଟାରେ ଅମିତ ଶାହାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି । ତେବେ କିଛି ଦିନ ଏବେ ସେ ହସ୍ପିଟାଲରେ ରହିବେ ।

ସୂଚନା ଅନୁଯାୟୀ, ଅମିତ ଶାହା କରୋନାରୁ ସୁସ୍ଥ ହେବା ପରେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । AIIMS ସୂତ୍ରରୁ ପ୍ରକାଶ ଯେ ଅମିତ ଶାହା କିଛି ସମୟ ହସ୍ପିଟାଲରେ ରହିଲେ ଭଲ ହେବ, ଯେଉଁଠାରେ ତାଙ୍କୁ ନଜରରେ ରଖାଯାଇପାରିବ । ବର୍ତ୍ତମାନ ଅମିତ ଶାହାଙ୍କୁ AIIMS ରେ କାର୍ଡିଓ ନ୍ୟୁରୋ ୱାର୍ଡରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କୁ ଏକ ଡାକ୍ତର ଦଳ ଚିକିତ୍ସା କରିଥିଲେ । ପ୍ରାୟ ଦୁଇ ସପ୍ତାହ ମଧ୍ୟରେ, ଅମିତ ଶାହା କରୋନାକୁ ପରାସ୍ତ କରିଥିଲେ ଏବଂ ତାଙ୍କ କରୋନା ରିପୋର୍ଟ ୧୪ ଅଗଷ୍ଟରେ ନେଗେଟିଭ ଆସିଥିଲା । ଏହା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା।

Leave a Reply