ଜିଦିରେ ଅଟଳ ଚାଷୀ, ଜାଣନ୍ତୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକରୁ କ’ଣ ବାହାରିଲା ନିଷ୍କର୍ସ

Amit Shah

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀ ଚିନ୍ତାରେ ଥିବାବେଳେ ସମାନ ଚିନ୍ତାରେ ଅଛନ୍ତି ସରକାର । ବିଲ୍ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏହାକୁ ବିରୋଧ କରି ଏବେ ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ । ଚାଷିକୁଳର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଗତକାଲି ଆଲୋଚନା ବିଫଳ ହେବା ପରେ କାଲି ହୋଇଥିବା ଆଲୋଚନାକୁ ନେଇ ଆଜି ବସିଥିଲା ବୈଠକ ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବସିଥିବା ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ଥିଲେ । ଚାଷୀଙ୍କ ଦାବି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି, ତେବେ ଆସନ୍ତାକାଲି ଅପରାହ୍ନ ୧୨ଟାରେ ପୁଣି ଥରେ ଚାଷୀ ସଙ୍ଗଠନ ସହ ହେବ ଆଲୋଚନା ହେବାନେଇ ସୂଚନା ମିଳିଛି ।

ତେବେ ଏମଏସପି ଓ ମଣ୍ଡି ପୂର୍ବଭଳି ଲାଗୁ ରହିବ । ଏହି ଆଇନ ଅନୁସାରେ କେବଳ ଚାଷୀ ହିଁ ନିଜ ସାମଗ୍ରୀକୁ ଅନ୍ୟ ସ୍ଥାନରେ ବିକ୍ରି କରିବାର ସ୍ୱାଧିନତା ପାଇବେ  । ଏଥିରେ ଚାଷୀଙ୍କର ରୋଜଗାର ବଢିବା ସହ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଲାଭ ହେବ  । ଚାଷୀଙ୍କୁ ସରକାର ଏହା ବୁଝାଉଥିବାବେଳେ ସରକାରଙ୍କ ପ୍ରୟାସ ଫେଲ ମାରିଛି  । ଚାଷୀଙ୍କର ଏକମାତ୍ର ଜିଦ୍ କେନ୍ଦ୍ର ସରକାର ଆଇନକୁ ପ୍ରତ୍ୟାହାର କରନ୍ତୁ  ।

Leave a Reply