ଅମ୍ଫାନ କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୧୨୮କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ସହାୟତା ରାଶି । ମୋଟ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରାଯାଇଛି । ଏହି ତାଲିକାର ୬ଟି ରାଜ୍ୟ ଭିତରେ ରହିଛି ଓଡ଼ିଶା । ଏଥିରେ ଓଡିଶାକୁ  ଅମ୍ଫାନ ସହାୟତା ରାଶି୍ ଘୋଷଣା କରାଯାଇଛି । ଅମ୍ଫାନ, ନିସର୍ଗ ଓ ଭୂସ୍ଖଳନ ପାଇଁ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୬ ରାଜ୍ୟକୁ ମୋଟ୍ ୪ ହଜାର ୩୮୧ . ୮୮କୋଟି ଟଙ୍କାର ମଞ୍ଜୁର ହୋଇଛି ।

ଓଡିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓ ସିକିମକୁ ସହାୟତା ରାଶି ଘୋଷଣା ହୋଇଛି । ଯେହେତୁ ପଶ୍ଚିମବଙ୍ଗରେ ଅମ୍ଫାନ ବ୍ୟାପକ କ୍ଷୟକ୍ଷତି କରିଥିଲା । ସେଥିପାଇଁ ପଶ୍ଚିମବଙ୍ଗକୁ ସର୍ବାଧିକ ୨ହଜାର ୭୦୭.୭୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ଓଡିଶାକୁ ୧୨୮. ୨୩କୋଟିର ସହାୟତା ରାଶି ଘୋଷଣା ହୋଇଛି ।

ସେହିଭଳି ନିସର୍ଗ ପାଇଁ ମହାରାଷ୍ଟ୍ରକୁ ୨୬୮.୫୯କୋଟି ଟଙ୍କା ମଞ୍ଜୁର କରାଯାଇଛି । ଗତ ୨୩ ମେ’ରେ ତତ୍କାଳ କ୍ଷତିପୂରଣ ବାବଦକୁ ପଶ୍ଚିମବଙ୍ଗକୁ ହଜାରେ କୋଟି ଓ ଓଡିଶାକୁ ୫ଶହ କୋଟି ଟଙ୍କା ପୂର୍ବରୁ କେନ୍ଦ୍ର ପ୍ରଦାନ କରିସରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ଘୋଷଣା ହୋଇଛି ।

Leave a Reply