ଡ୍ୟୁଟି ସାରି ଫେରୁଥିଲେ, କେନାଲରେ ପଡ଼ି ଚାଲିଗଲା ହୋମଗାର୍ଡଙ୍କ ଜୀବନ

ବାରିପଦା: କେନାଳରେ ଖସିପଡି ହୋମଗାର୍ଡଙ୍କ ମୃତ୍ୟୁ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ବାରିପଦା ଥାନା ଲକ୍ଷ୍ମୀପୋଷି ଫାଣ୍ଡିର ହୋମଗାର୍ଡ ଜାମିନି ଚନ୍ଦ୍ର ମହାନ୍ତ । ରାତିରେ ଡ୍ୟୁଟି ସାରି ନିଜ ଘର ଚାନ୍ଦୁଆ ବ୍ଲକ କରକଚିଆ ଗାଁକୁ ଫେରୁଥିଲେ ।

ମୋଟର ସାଇକେଲରୁ ଭାରସାମ୍ୟ ହରାଇ କେନାଲ ଭିତରକୁ ଚାଲିଯାଇଥିଲେ ଜାମିନି । ଅନ୍ଧାର ରାତି ହୋଇଥିବାରୁ ପାଣିଭିତରୁ ବାହାରି ପାରିନଥିବା ଆଶଙ୍କା କରାଯାଉଛି । ସକାଳୁ ତାଙ୍କ ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave a Reply