କରୋନା ଭିତରେ ଆସିଲା ପାକିସ୍ତାନର ଘୃଣ୍ୟ ଚେହେରା: ହିନ୍ଦୁଙ୍କୁ ମିଳୁନି ରିଲିଫ୍, ଧର୍ମ ଦେଖି ସାହାଯ୍ୟ !

1 min read
  • ପାକିସ୍ତାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୨୦୦୦କୁ ବୃଦ୍ଧି
  • ସିନ୍ଧ୍ ଅଞ୍ଚଳରେ ଲକଡାଉନ ସମୟରେ ହିନ୍ଦୁଙ୍କୁ ମିଳୁନି ରିଲିଫ୍
  • ପ୍ରଶାସନ ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି ଲୋକେ

ପାକିସ୍ତାନ: କରୋନା ଭାଇରସ ପାଇଁ ପାକିସ୍ତାନର ଅବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି । ବର୍ତ୍ତମାନ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦୦କୁ ବୃଦ୍ଧି ପାଇଛି । ଇତି ମଧ୍ୟରେ ଲକଡାଉନ କାରଣରୁ ସିନ୍ଧ ଅଞ୍ଚଳରେ ଫସି ରହିଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ସେଠାରେ ରହୁଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନେ ଅଭିଯୋଗ ଆଣିଛନ୍ତି ଯେ ସେମାନଙ୍କୁ ପ୍ରଶାସନ ଦ୍ୱାରା ରାସନ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ ।

ଧର୍ମ ଦେଖି ରିଲିଫ୍ !

ରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏବେ ପ୍ରାୟ ସବୁ ଦେଶ ସକଡାଉନରେ କିନ୍ତୁ ପାକିସ୍ତାନର ସବୁ ଅଞ୍ଚଳରେ ଲକଡାଉନ ଲାଗୁ କରାଯାଇନାହିଁ । ସରକାର ନିଜ ମୁତାବକ ପାକିସ୍ତାନର କିଛି ଅଞ୍ଚଳରେ ଲକଡାଉନ ଜାରି କରିଛନ୍ତି । ଇତି ମଧ୍ୟରେ ସିନ୍ଧ୍ ଅଞ୍ଚଳରେ  ରହୁଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି ପାତରଅନ୍ତର ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି କହିଛନ୍ତି ଯେ, ‘ ଆମେ ବି ଏହି ଦେଶର ନାଗରିକ, ଆମର ବି ସୁବିଧା ବିଷୟରେ ସରକାର ଭାବିବା ଦରକାର । ଅନ୍ୟ ଲୋକମାନଙ୍କୁ ଯେଉଁ ସହାୟତା ମିଳୁଛି, ତାହା ଆମକୁ ମଧ୍ୟ ମିଳୁ । କରୋନା ସଙ୍କଟ ସମସ୍ତଙ୍କ ପାଇଁ, ଏଭଳି ପରିସ୍ଥତିରେ ହିନ୍ଦୁ ମୁସଲିମ ମଧ୍ୟରେ ଭେଦଭାବ ହେବା ଉଚିତ ନୁହେଁ ।’

ସୂଚନା ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦେଶକୁ ସମ୍ବୋଧନ କରି ଦେଶରେ ଲକଡାଉନ ଲାଗୁ କରାଯିବନି ବୋଲି ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଦେଶର କିଛି ପ୍ରଦେଶର ସରକାର ଲକଡାଉନ ଲାଗୁ କରାଇଥିଲେ । ଏହାପରେ ଲକଡାଉନ ହୋଇଥିବା ଅଞ୍ଚଳ ଗୁଡ଼ିକରେ ସରକାର ରାସନ ପ୍ରଭୃତି ଜିନିଷ ବାଣ୍ଟିଥିବା ସୂଚନା ମିଳିଥିଲା ।

ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଦୁର୍ବ୍ୟବହାର ହେଉଥିବା ମାମଲା ସାମ୍ନାକୁ ଆସିଛି  । କରୋନା ଭାଇରସ ପାଇଁ ପାକିସ୍ତାନରେ ସବୁଠୁ ଅଧିକ ସିନ୍ଧ ଏବଂ ପଞ୍ଜାବ ପ୍ରଦେଶର ଲୋକମାନେ ପ୍ରଭାବିତ ହୋଇଛନ୍ତି । ସିନ୍ଧରେ ବର୍ତ୍ତମାନ ସୁଦ୍ଧା ୬୦୦ ଏବଂ ପଞ୍ଜାବରେ ୭୦୦ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଅନ୍ୟପକ୍ଷରେ ପାକିସ୍ତାନରେ ମୃତ୍ୟୁ ସଂଖ୍ୟ ୨୬କୁ ବୃଦ୍ଧି ପାଇଛି  ।

Leave a Reply