ଘରୋଇ କୋଚିଂ ଦେଉଥିଲେ ଫସିବେ କଲେଜ ସାର୍, ମନ୍ତ୍ରୀ ଦେଲେ ଚେତାବନୀ

1 min read

ଭୁବନେଶ୍ୱର: ଶିକ୍ଷା ନାଁରେ ଚଳିବନି ବେପାର । ଆଉ ଘରୋଇ ଭାବେ ପାଠ ପଢ଼ାଇ ପାରିବେନି କଲେଜ ସାର୍ । ଏମିତି କରୁଥିଲେ ହରଡ଼ଘଣାରେ ପଡ଼ିବେ ଅଧ୍ୟାପକ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କୁ ଚେତାବନୀ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କଲେଜରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।

FILE

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ଘରୋଇ ଭାବରେ କୋଚିଂ ଦେଉଥିଲେ ଆଉ ନିସ୍ତାର ଦିଆଯିବ ନାହିଁ । ଆଇନ୍ ଉଲ୍ଲଂଘନ କଲେ ଉଚ୍ଚଶିକ୍ଷା ବିଭାଗର କୋଡ୍ ଅନୁସାରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି ।

Leave a Reply