ପରୀ ହତ୍ୟା ମାମଲାରେ SIT ତଦନ୍ତର ଅଗ୍ରଗତିକୁ ନେଇ ହାଇକୋର୍ଟ ସନ୍ତୋଷ

ନୟାଗଡ଼: ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ଏସଆଇଟିର ତଦନ୍ତରେ ଭଲ ଅଗ୍ରଗତି ହୋଇଥିବା ହାଇକୋର୍ଟ କହିଛନ୍ତି । ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ମାମଲାରେ ଏବେ ସୁଦ୍ଧା ତିନୋଟି ଷ୍ଟାଟସ ରିପୋର୍ଟ ଦିଆଯାଇଛି ।

ଡିସେମ୍ବର ୧୫ ତାରିଖରେ ପ୍ରଥମ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଥିଲା । ଡିସେମ୍ବର ୨୩ ଓ ଜାନୁଆରୀ ୧୧ ତାରିଖରେ ଆଉ ଦୁଇଟି ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ଏସଆଇଟି ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି । ଏସଆଇଟି ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି । ଗତ ଡିସେମ୍ବର ୨୦ରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା ଏସଆଇଟି ।

ପରେ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏଟ ମଧ୍ୟ କରାଯାଇଥିଲା । ପରୀକୁ କିଭଳି ଭାବେ ହତ୍ୟା କରାଗଲା ଓ କିଭିଳି ଭାବେ ନଡ଼ିଆ ବାହୁଙ୍ଗା ତଳେ ଲୁଚାଇଥିଲା ତାହା ଟିକିନିକି କରି ଦେଖାଇଥିଲା ଅଭିଯୁକ୍ତ । ପରେ ପରିବାର ପକ୍ଷରୁ ଆଗତ ଜନ୍ମ ପ୍ରମାଣ ପତ୍ର ଆଧାରରେ ସରୋଜକୁ ନାବାଳକ ଦର୍ଶାଇଥିଲେ ନୟାଗଡ଼ ପକସୋ କୋର୍ଟ । ଏଥିସହ ଅନୁଗୁଳ ବାଳସୁଧାର ଗୃହକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସେପଟେ ନାବାଳକ ସରୋଜର ନାର୍କୋ ଚେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ, ଟେଷ୍ଟ ପାଇଁ ମନାକରିଦେଇଥିଲା ଅଭିଯୁକ୍ତ । ଯାହାକୁ ନେଇ କୋର୍ଟ ମଧ୍ୟ ଟେଷ୍ଟ ପାଇଁ ଅନୁମତି ଦେଇନଥିଲେ ।

Leave a Reply