ଆସନ୍ତା ୧୪ରୁ ହାଇସ୍କୁଲ ସାର୍ଟିଫିକେଟ ଓ ଓପନ୍ ସ୍କୁଲ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା

Know Exam Date Of 10th And 12th Class Student Of Odisha

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ହେବ ପରୀକ୍ଷା । ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ହାଇସ୍କୁଲ ସାର୍ଟିଫିକେଟ ଓ ଓପନ୍ ସ୍କୁଲ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୨୨ ହଜାର ୬୪୯ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ୧୨ ହଜାର ୯୩୯ ଜଣ ପରୀକ୍ଷାର୍ଥୀ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ ।

High School Certificate Supplementary Exam To Be Held From 14th September  

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୧୫୩ଟି ଓ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ହାଇସ୍କୁଲ ସାର୍ଟିଫିକେଟ ପାଇଁ ୧୩ଟି କେନ୍ଦ୍ର ଓ ଓପନ୍ ସ୍କୁଲ ସାର୍ଟିଫିକେଟ ପାଇଁ ୭ଟି ମୂଲ୍ୟାୟନ କେନ୍ଦ୍ର ରହିବ । ପରୀକ୍ଷା ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।

High School Certificate Supplementary Exam To Be Held From 14th September  

କୋଭିଡ୍ ଗାଇଡ୍ଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରୀକ୍ଷା ସୁପରିଚାଳନା ପାଇଁ ପୋଲିସ, ସୁରକ୍ଷା କର୍ମୀ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ରହିବେ । ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Leave a Reply