ହାଇକୋର୍ଟରେ ଡ୍ରପ ବକ୍ସ ବ୍ୟବସ୍ଥାରେ ଏମିତି ମିଳିବ ସୁବିଧା

1 min read

କଟକ: କରୋନା କାରଣରୁ ସବୁ ପ୍ରକାର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି । ସବୁ ପ୍ରକାର ସଂସ୍ଥା ସେ ସରକାରୀ ହେଉ ବା ବେସରକାରୀ ସବୁ ପ୍ରକାର ଅଫିସର କର୍ମଚାରୀ ସଂଖ୍ୟା କମେଇ ଦିଆଯାଇଛି । ଭିଡ଼କୁ ନଜର ରଖି ପୂର୍ବରୁ ଇ-ଫାଇଲିଂ ବ୍ୟବସ୍ଥା କରାଯାଇଥିଲା ଏବଂ ମେଲ ମାଧ୍ୟମରେ ମଧ୍ୟ ଆବେଦନ କରାଯାଉଥିଲା । ଏହାପରେ ଏସବୁ ବ୍ୟବସ୍ଥାକୁ ଅଧିକ ସରଳିକରଣ କରି ହାଇକୋର୍ଟ ଯେଉଁ ନିର୍ଦ୍ଦେଶାନାମ ଦେଇଛନ୍ତି ତାହା ହେଉଛି ଡ୍ରପ ବକ୍ସ ବ୍ୟବସ୍ଥା ।

ଆଜିଠୁ ହାଇକୋର୍ଟରେ ଡ୍ରପ ବକ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି ।  କଟକଣା ଭିତରେ କୋର୍ଟ କାର୍ଯ୍ୟ ଚାଲିବା ନେଇ ଏଭଳି ବ୍ୟବସ୍ଥା କରାଯାଇଛି । କରୋନା ପାଇଁ ହାଇକୋର୍ଟରେ ଆରମ୍ଭ ହୋଇଛି ଏହି ଡ୍ରପ ବକ୍ସ ବ୍ୟବସ୍ଥା । ନୂଆ ମାମଲା ରୁଜୁ, ଅନ୍ତରୀଣ ଆବେଦନ ଓ ବିଭିନ୍ନ କାଗଜପତ୍ର ଦାଖଲ ପାଇଁ ଏହି ଡ୍ରପ ବକ୍ସର ବ୍ୟବସ୍ଥା କରାଯାଇଛି । ସେହିପରି ଇ-ଫାଇଲିଙ୍ଗ୍ ଓ ମେଲ ମାଧ୍ୟମରେ ମାମଲା ରୁଜୁ କରାଯିବାର ସୁବିଧା ଉପଲବ୍ଧ । ଦିନ ୧୦ଟାରୁ  ଦିନ ୧ଟା ମଧ୍ୟରେ ବକ୍ସରେ ଆବେଦନକାରୀ କାଗଜପତ୍ର ଦେଇ ପାରିବେ । ତେବେ ଆବେଦନରର ଆବଶ୍ୟକତା ନେଇ ଏକ ମେମୋ ଦେବାକୁ ପଡିବ ।

ଡ୍ରପ ବକ୍ସ କ ଣ ? ଏହାର ବ୍ୟବହାର କ ଣ ?

ଗୋଟିଏ ବକ୍ସରେ ଆପଣଙ୍କ ଯାହା ଆବେଦନ ସବୁ ରହିଛି ତାହାକୁ ଏହି ବକ୍ସରେ ପକାଇ ପାରିବେ ।  ଅର୍ଥାତ୍ ହାଇକୋର୍ଟ ପରିସରରେ ଗୋଟିଏ ବକ୍ସ ଲଗାଯାଇଛି । ଯେଉଁଠାରେ ନୂଆ ପ୍ରକାର ମାମଲା ରୁଜୁ କରିବା ପାଇଁ ଏକ ଆବେଦନ ପାତ୍ର ଲେଖି ସେହି ବକ୍ସରେ ପକାଇ ପାରିବ ବା ଡ୍ରପ କରିପାରିବେ  । ଏହାସହ ଯେଉଁ ସବୁ ଅନ୍ତରୀଣ ମାମଲା ସେ ସମ୍ପର୍କରେ ମଧ୍ୟ ଆବେଦନ କରିହେବ । ଯଦି ଆପଣଙ୍କୁ କିଛି କାଗଜ ପତ୍ର ଦେବାର ଅଛି ସେ ସବୁକୁ ମଧ୍ୟ ଆପଣ ସେହି ବକ୍ସରେ ଡ୍ରପ କରିପାରିବେ ।

( କଟକରୁ ଅଜୟ ଦାସ )

Leave a Reply