କରୋନା ପାଇଁ ଦ୍ୱିତୀୟ ଔଷଧକୁ ମିଳିଲା ଅନୁମତି, ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ; ଏଥର ଇଞ୍ଜେକ୍ସନ୍‌ ରୂପରେ…

1 min read
Corona Update, corona Medicine, hetero pharma company launches drug for covid-19 pateints after fabiflu by glenmark

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଡ୍ରଗ୍ କମ୍ପାନୀ ହେଟେରୋ କୋଭିଡ -୧୯ ର ଚିକିତ୍ସା ପାଇଁ ଆଣ୍ଟି-ଭାଇରାଲ ଔଷଧ ରେମଡେସିଭିର ପ୍ରସ୍ତୁତ କରିବ । ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏଥିପାଇଁ  DCGI ପକ୍ଷରୁ ଅନୁମତି ମିଳିସାରିଛି । ହେଟେରୋ ଏକ ବିବୃତ୍ତିରେ କହିଛି ଯେ, ରେମେଡେସଭିର ପ୍ରସ୍ତୁତ କରିବା ତଥା ବଜାରକୁ ଛାଡ଼ିବା ପାଇଁ DCGI ଅନୁମତି ଦେଇଛି ।

କୋଭିଫୋର ନାମରେ ବଜାରକୁ ଛଡ଼ାଯିବ ଏହି ଔଷଧ

ରେମଡେସିଭିରର ଜେନେରିକ୍ ସଂସ୍କରଣ ଭାରତରେ ‘କୋଭିଫୋର’ ନାଁ ବିକ୍ରି ହେବ । ବିବୃତ୍ତିରେ କୁହାଯାଇଛି ଯେ ବୟସ୍କ ଏବଂ ଶିଶୁ କିମ୍ବା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ୍‌-୧୯ ର ସନ୍ଦିଗ୍ଧ କିମ୍ବା ନିଶ୍ଚିତ ମାମଲାଗୁଡ଼ିକର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯାଇପାରିବ । ଏନେଇ DCGI ପକ୍ଷରୁ ଔଷଧକୁ ଅନୁମୋଦନ ମିଳିସାରିଛି । କମ୍ପାନୀ କହିଛି ଯେ ଭାରତରେ କୋଭିଡ୍‌-୧୯ ମାମଲା ଦ୍ରୁତ ଗତିରେ ବଢ଼ୁଛି । ତେଣୁ ଯଥା ଶୀଘ୍ର ଏହା ସବୁ ଲୋକଙ୍କ ପାଖରେ ଉପଲବ୍ଧ ହେଲେ ଭଲ ।

Corona Medicine  ଇଞ୍ଜେକ୍ସନ୍ ଭାବେ ଉପଲବ୍ଧ ହେବ

ଏପରି ପରିସ୍ଥିତିରେ, କୋଭିଫୋରକୁ ଅନୁମତି ଦେବା ଦ୍ୱାରା ଏକ ପ୍ରକାର ବାଜି ପଲଟିବାର ସମ୍ଭାବନା ରହିଛି । କାରଣ ଏହି ଔଷଧ କ୍ଲିନିକାଲ୍ ପରୀକ୍ଷଣରେ ସକାରାତ୍ମକ ଫଳ ଦେଇଛି । ହେଟେରୋ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ବି.ପାର୍ଥ ସାରାଥି ରେଡ୍ଡୀ କହିଛନ୍ତି ଯେ, ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ପାଇଁ କମ୍ପାନୀ ପର୍ଯ୍ୟାପ୍ତ ପରିମାଣର ଔଷଧ ପ୍ରସ୍ତୁତ କରୁଛି । କମ୍ପାନୀ ଚାହୁଁଛି ଖୁବ୍‌ ଶୀଘ୍ର ଦେଶର ପ୍ରତ୍ୟେକ କରୋନା ଆକ୍ରାନ୍ତଙ୍କ ନିକଟରେ ଏହି ଔଷଧ ପହଞ୍ଚୁ ଏବଂ ସେମାନେ ସୁସ୍ଥ ହୁଅନ୍ତୁ । ଏହି ଔଷଧ ଶହେ ମିଳିଗ୍ରାମ୍‌ ଇଞ୍ଜେକ୍ସନ୍‌ ଶିଶିରେ ଉପଲବ୍ଧ ହେବ । ଏହି ଉତ୍ପାଦକୁ ଗିଲେଡ୍ ସାଇନ୍ସେସ୍ ଇଙ୍କ୍‌ ସହିତ ଏକ ଲାଇସେନ୍ସ କରି ଚୁକ୍ତି ଅଧୀନରେ ଭାରତୀୟ ବଜାରରେ ଉପଲବ୍ଧ କରାଯାଉଛି ।

Corona Medicine

ଗ୍ଲେନମାର୍କ ଟ୍ୟାବଲେଟ୍ ଲଞ୍ଚ କରିଥିଲା

କିଛି ଦିନ ପୂର୍ବରୁ ଗ୍ଲେନ୍‌ମାର୍କ ହିଁ ମାଇଲ୍ଡ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଏକ ଔଷଧ ଲଞ୍ଚ କରିଛି । ଗତ ଶୁକ୍ରବାର ଏହି ଔଷଧ ପାଇଁ ଗ୍ଲେନମାର୍କକୁ DCGI ପକ୍ଷରୁ ଅନୁମୋଦନ ମିଳିଥିଲା । ଗ୍ଲେନମାର୍କ ଫାବି-ଫ୍ଲୁ ନାମକ ଏହି ଔଷଧର ଟ୍ୟାବଲେଟ୍ ପିଛା ୧୦୩ ଟଙ୍କା ରଖିଛନ୍ତି । ଫାବି-ଫ୍ଲୁ ହେଉଛି ପ୍ରଥମ ଫାଭିପିରାଭିର ଔଷଧ ଯାହାକି କୋଭିଡ-୧୯ ର ଚିକିତ୍ସା ପାଇଁ ଅନୁମୋଦିତ । ଡାକ୍ତରଙ୍କ ପରାମର୍ଶରେ ପ୍ରଥମ ଦିନରେ ଏହି ଔଷଧ ଦୁଇ ଥର ୧୮,୦୦ ମିଲିଗ୍ରାମ୍‌ ବ୍ୟବହାର କରାଯାଇପାରେ । ଏହା ପରେ, ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଦିନକୁ ଦୁଇଥର ୮୦୦ ମିଲିଗ୍ରାମ୍‌ ଡୋଜ୍‌ର ଔଷଧ ଦିଆଯିବ ।

Leave a Reply