ବଙ୍ଗୋପସାଗରରେ ଲଘୁଚାପ ବଳୟ, ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି

1 min read

ଭୁବନେଶ୍ୱର: ଲଘୁଚାପ ଆଣିଲା ବର୍ଷା । ଚଳିତ ବର୍ଷ ବର୍ଷାର ପରିମାଣ କମ ରହିଥିବାରୁ ଚିନ୍ତାରେ ଥିଲେ ଚାଷୀ କୂଳ । କିନ୍ତୁ ଲଘୁଚାପ କରାଣରୁ ରାଜ୍ୟରେ ଜାରି ଥିବା ବର୍ଷା ସେମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ଥି ପ୍ରଦାନ କରିଛି । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ରାଜ୍ୟରେ ବର୍ଷାକୁ ସକ୍ରିୟ କରିବାରେ ସହାୟକ ହୋଇଛି । ଫଳରେ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ।

ଏନେଇ ଆଜି ୧୦ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି  ।  ପ୍ରବଳରୁ ଅତି ପ୍ରବଳ ବର୍ଷ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସମ୍ବଲପୁର, କେନ୍ଦୁଝର, ଯାଜପୁର ଓ ମୟୁରଭଞ୍ଜ ରହିଛି  ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ବର୍ଷାର ପରିମାଣ ପ୍ରାୟ ୧୨ ପ୍ରତିଶତ କମ୍ ଥିବା ସୂଚନା ଦିଆଯାଇଥିଲା । ଏଭଳି ପରିସ୍ଥିତି ରେ ଲଘୁଚାପ କିଛି ପରିମାଣରେ ବର୍ଷାର ପରିମାଣକୁ ବଢାଇବାରେ ସହାୟକ ହେବ ।

Leave a Reply