ଦାନ ବାନ୍ଧୁଛି ଲଘୁଚାପ: ୬ ତାରିଖ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି

ଖରା ଛାଇର ଲୁଚକାଳି ଭିତରେ ପୁଣି ଭିଜିବ ଓଡ଼ିଶା  । ବଙ୍ଗୋପସାଗରରେ ଦାନ ବାନ୍ଧୁଛି ଲଘୁଚାପ । ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ହେବା ନେଇ ଆସଙ୍କା କରିଛି ପାଣିପାଗ ବିଭାଗ   । ୬ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।ସେପଟେ ରାଜ୍ୟରେ ରାଜ୍ୟରେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୪୮୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧୭ ପ୍ରତିଶତ କମ୍ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ଯାଏଁ ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡାରେ ୪୦ ପ୍ରତିଶତରୁ କମ୍ ବର୍ଷା ଆକଳନ କରାଯାଇଛି ।

ରାଜ୍ୟରେ ଠିକ୍ ସମୟରେ ମୌସୁମି ଆସି ପହଞ୍ଚିବା ପରେ ବି ବର୍ଷାର ପରିମାଣ କମିଛି । ସୂଚନା ଅନୁସରେ ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ୧୨ପ୍ରତିଶତ କମିଛି ବର୍ଷାର ପରିମାଣ । ଏଭଳି ପରିସ୍ଥିତିରେ ଲଘୁଚାପ ସାମାନ୍ୟ ଆଶ୍ୱସ୍ଥି ପ୍ରଦାନ କରିଛି । ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ବର୍ଷାର ପରିମାଣ ବଢିବା ନେଇ ଆଶଙ୍କା ରହିଛି ।

ଆସନ୍ତାକାଲି ଠାରୁ ଲଘୁଚାପର ପ୍ରଭାବ ପଡ଼ିବ । ତେବେ ଏନେଇ ୬ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ବୌଦ୍ଧ, ବଲାଙ୍ଗୀର ସମ୍ବଲପୁର, ସୋନପୁର , ବରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଅନୁଗୁଳ, ସୁନ୍ଦରଗଡ଼, ମାଲକାନଗିରି ଓ କଳାହାଣ୍ଡିକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

ଏହାସହ ଅଗଷ୍ଟ ୪ତାରିଖରୁ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପର୍ବଳ ବର୍ଷା ହେବା ନେଇ ପୂର୍ବନୁମାନ କରାଯାଉଛି । ବୌଦ୍ଧ, ଅନୁଗୁଳ, ନୂଆପଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାନକାନଗିରି, କୋରାପୁଟ, ଜଗତସିଂହପୁର ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

Leave a Reply