୯ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି, ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

1 min read

ଭୁବନେଶ୍ୱର: ୱେଲ ମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଏହା ପ୍ରଭାବରେ ଅଧା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ୯ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସକାଳ ୯ଟା ମଧ୍ୟରେ ଟ୍ୱିନ୍‌ସିଟିରେ ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷା ପରିମାଣ କମିବ ଏବଂ ୨୮ରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଅନ୍ୟପଟେ ରେଡ୍, ଅରେଞ୍ଜ ଏବଂ ୟେଲୋ ଆର୍ଲଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC। ଅଗ୍ନିଶମ ବାହିନୀ, ଓଡ୍ରାଫ ଏବଂ NDRF କୁ ତୟାର ରହିବାକୁ କୁହାଯାଇଛି । ବିଡ଼ିଓ, ତହସିଲଦାର, ଜରୁରୀକାଳୀନ ଅଧିକାରୀଙ୍କ ସମେତ ଜଳସମ୍ପଦ ଅଧିକାରୀ ମାନଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

 

Leave a Reply