ତାମିଲନାଡୁରେ ବର୍ଷା ବିତ୍ପାତ: କାନ୍ଥ ଭୁଶୁଡ଼ି ୧୫ ମୃତ

ତାମିଲନାଡୁ: ତାମିଲନାଡୁରେ ବର୍ଷା ବିତ୍ପାତ ।  ଆଗାମୀ ଦୁଇ ଦିନ ଯାଏଁ ତାମିଲନାଡୁର ଛଅଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଢାଳିବ ବୋଲି ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବାରୁ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ତିରୁବଲ୍ଲର, ଭେଲୋର, ତିରୁବନ୍ନମାଲାଇ, ତୂତୁକ୍କୁଡ଼ି, ରାମନାଥପୁରମ ଏବଂ ତିରୁନେଳବେଲି ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି ।

ତାମିଲନାଡୁ ମେଟୁପଲୟମରେ କାନ୍ଥ ଭୁଶୁଡ଼ି ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଫଳରେ କାନ୍ଥ ଭୁଶୁଡ଼ିବାରୁ ୩ଟି ଘର ଭାଙ୍ଗିଯାଇଥିଲା । ଫଳରେ ୧୫ ଜଣଙ୍କ ଜୀବନ ଯାଇଛି । ସେପଟେ  ତାମିଲନାଡୁରେ ପ୍ରବଳ ବର୍ଷା ସମ୍ଭାବନା । ଆଗାମୀ ଦୁଇ ଦିନ ଯାଏ ଲାଗିରହିବ ଏହି ସ୍ଥିତି । ଯାହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ପ୍ରଭାବିତ ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି ।

ସେହିପରି ପରୀକ୍ଷାକୁ ମଧ୍ୟ ବାତିଲ କରିଛି ପ୍ରଶାସନ । ଗତ ୪୮ ଘଣ୍ଟାରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆଗାମୀ ୨୪ ଘଣ୍ଟାରେ ପ୍ରଭାବିତ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷାର ଚେତାବନୀ ଦେଇଛି ଚେନ୍ନାଇ ଆଞ୍ଚଳିକ ପାଣିପାଗ ବିଭାଗ ।

Leave a Reply