ପାଣିପାଗ ନେଇ ନୂଆଦିଲ୍ଲୀରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ଲଘୁଚାପ ଜନିତ ବର୍ଷାରେ ବେହାଲ ହେଲାଣି ଅଧା ଓଡ଼ିଶା । ଦୁଇଟି ଲଘୁଚାପ ପରେ ଏବେ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ।  ପାଣିପାଗ ନେଇ ନୂଆଦିଲ୍ଲୀରୁ ଏନେଇ ବଡ଼ ଖବର ଆସିଛି । ୨୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପଟେ ରାଜ୍ୟରେ ଜାରି ରହିଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ପ୍ରାୟ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।ସେହିଭଳି ଓଡ଼ିଶାରେ ୧୯ରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ ।

ଏହା ପୂରବରୁ ଗତ ଅଗଷ୍ଟ ୧୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ କିଛି ଦିନ ହେବ ବର୍ଷା ଜାରି ରହିଥିବା ଫଳରେ କେତକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ପରେ ଜଦିଓ ସ୍ଥିତିରେ ସୁଧାର ଆସିଥିଲା କିନ୍ତୁ ୧୯ରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା କାରଣରୁ ପୁଣି ସ୍ଥିତି ଅମ୍ଭାଳ ହେବାକୁ ବସିଲାଣି ।

Leave a Reply