ଲଗାଣ ବର୍ଷା ଜାରି: ଭାଶିଗଲା ଅସ୍ଥାୟୀ ପୋଲ, ମୁଖ୍ୟରାସ୍ତାକୁ ଯୋଗାଯୋଗ ବିଚ୍ଛିନ୍ନ

ଆସିକା: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା  । ଦିଗପହଣ୍ଡି ଆସିକା ମୁଖ୍ୟରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସାନଖେମୁଣ୍ଡି ପାଟପୁର ନିକଟରେ ଯାଇଥିବା ପୋଚକା ନାଳର ଅସ୍ଥାୟୀ ବ୍ରିଜ ଧୋଇଯାଇଛି । ଫଳରେ ଯାତାୟତ ବେଶ ପ୍ରଭାବିତ ହୋଇଛି । ପୂର୍ବରୁ ମଧ୍ୟ ଏହି ବ୍ରିଜ ଲଗାଣ ବର୍ଷାରେ ଭାସି ଯାଇଥିଲା । ବ୍ରିଜ କାମ ଚାଲିଥିଲା ।

ତେବେ ବର୍ଷେ ଧରି ବ୍ରିଜ କାମ ସରିନଥିବା ବେଳେ ଲୋକଙ୍କ ଯାତାୟତ ପାଇଁ ଅସ୍ଥାୟୀ ବ୍ରିଜ ନିର୍ମାଣ କରାଯାଇଥିଲା । ହେଲେ ଚଳିତ ବର୍ଷ ଲଗାଣ ବର୍ଷାରେ ସେ ମଧ୍ୟ ଧୋଇଯାଇଛି ।

ଅନ୍ୟପଟେ ଲଗାଣ ବର୍ଷା କାରଣରୁ ମନ୍ଦିର ଭିତରେ ପାଣି ପଶିବା ଦ୍ୱାରା ପାଣିରେ ଅଛି ଠାକୁରଙ୍କ ପ୍ରତିମୂର୍ତ୍ତି ।  ଆସିକା କବିସୂର୍ଯ୍ୟନଗରରେ ଥିବା ମା ବନଦେବୀଙ୍କ ମନ୍ଦିର ପରିସରରେ ପାଣି ପଶିଯାଇଥିବା ବେଳେ ମନ୍ଦିର ଗର୍ଭଗୃହରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି । ବର୍ଷା ପାଣିରେ ବୁଡିଛି ମାଙ୍କ ପ୍ରତିମା

Leave a Reply