ଉପକୂଳରେ ପ୍ରବଳ ବର୍ଷା, ୬୦ରୁ ୭୦ କିମି ବେଗରେ ବହୁଛି ପବନ

1 min read

ଭୁବନେଶ୍ୱର: ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲବୁଲ୍’ ପ୍ରଭାବରେ ଗତକାଲିଠୁ ବର୍ଷା ଲାଗି ରହିଛି । ବିଶେଷକରି ପାରାଦୀପ ଓ ବାଲେଶ୍ୱର ଉପକୂଳରେ ବର୍ଷା ହେଉଛି । ବର୍ଷା ସାଙ୍ଗକୁ ପବନର ଗତି ମଧ୍ୟ ବଢ଼ିବାରେ ଲାଗିଛି । ରାତିରୁ ଅଶାନ୍ତ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ରାଜନଗର ଅଞ୍ଚଳ । ୬୦ରୁ ୭୦ କିମି ବେଗରେ ପବନ ବହୁଛି ।

ରାସ୍ତାରେ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି । ୮ ତାରିଖ ସକାଳ ୮ଟା ୩୦ରୁ ଆଜି ସକାଳ ୭ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୫୯ ମିମି, ଚାନ୍ଦବାଲିରେ ୧୪୩ ମିମି, ବାଲେଶ୍ୱରରେ ୩୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ')}

Leave a Reply