ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି

1 min read

ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି । ଗତକାଲି ଅପରାହ୍ନଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା। ରାତି ସାରା ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ ବଢିଛି । ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ରାସ୍ତା ଘାଟ ନାଳ ନର୍ଦ୍ଦମା ପାଣି ଘେରରେ ରହିଛି।  ପାହାଡିଆ ଅଞ୍ଚଳରେ ଭୁଷ୍ଖଳନ ସମ୍ଭାବନା ଥିବାରୁ ପାଖାପାଖି ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ଆର୍ ଉଦୟଗିରି, ରାୟଗଡ଼, ଗୁମ୍ମା, କାଶୀନଗର, ଗୋଷାଣୀ ତଥା ପାରଳାଖେମୁଣ୍ଡି ଅଞ୍ଚଳର ୫୦୦ରୁ ଅଧିକ  ପ୍ରଭାବିତ ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।

https://www.facebook.com/NandighoshaTV/videos/787381215418501/

ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସାମ୍ଭାବ୍ୟ ଭୁଷ୍ଖଳନ ଅଞ୍ଚଳକୁ ବିଶେଷ ଦୃଷ୍ଟି ଦିଆଯାଇଛି। ଆବଶ୍ୟକ ସ୍ଥଳେ ଟାରପଲିନ୍ ପ୍ରଦାନ କରାଯାଉଛି। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଆବଶ୍ୟକସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ସେପଟେ ରାୟଗଡା ଜିଲ୍ଲା ଗୁଣୁପୁର ଦେଇ ପ୍ରବାହିତ ହୋଇଥିବା ବଂଶଧାରା ନଦୀର ଜଳସ୍ଥର ବୃଦ୍ଧି ଯୋଗୁ  ତଳିଆଅଞ୍ଚଳବାସୀ ଆତଙ୍କୀତ ହୋଇପଡିଛନ୍ତି । ନଦୀର ଉପର ମୁଣ୍ଡରେ ବର୍ଷା ଲାଗିରହିଲେ ତଳିଆ ଚାଷ ଜମି କ୍ଷତି ଘଟିବା ଆଶଙ୍କା ରହିଛି।

ସୁପାରି କିଲରର ଫେସବୁକ ଷ୍ଟାଟସ : ବାକିଙ୍କୁ ଲଭ୍ ଲେଟର ମିଳେ, ଆମ ପାଇଁ FIR ଲେଖାଯାଏ

Leave a Reply