ଟିକାକରଣ ପାଇଁ ମନା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଉ ମାଗଣାରେ ମିଳିବ ନାହିଁ ଟିକା

ଭୁବନେଶ୍ୱର: ରାଜ୍ୟରେ ଏବେ ଚାଲିଛି କରୋନା ଟିକାକରଣ। ରବିବାର ବନ୍ଦ ରହିବା ପରେ ଗତକାଲିଠାରୁ ପୁଣି ଥରେ ଆରମ୍ଭ ହୋଇଛି ଟିକାକରଣ। ତେବେ ସ୍ୱାସ୍ଥ୍ୟକର୍ମୀ ମନା କଲେ ପରେ ଆଉ ମିଳିବନି ମାଗଣା ଟିକା। ରାଜ୍ୟର ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସେପଟେ ରାଜ୍ୟରେ ଗତକାଲି ଟୀକା କରଣ ସଫଳ ହୋଇଛି। ଟିକାରଣ ୩୭୫ ସେସନ ହୋଇଥିଲା। ଟାର୍ଗେଟ ଥିଲା ୩୧ ହଜାର ୯୦୨ ଜଣଙ୍କୁ ଟୀକା ଦେବା ଲାଗି। କିନ୍ତୁ ଏହାଠାରୁ ଅଧିକ ଟିକା ଦିଆଯାଇଛି। ୩୨ ହଜାର ୫୨୬ ଜଣଙ୍କୁ ଟୀକା ଦିଆଯାଇଛି। ଗତକାଲି ୧୦୨ ପ୍ରତିଶତ ଆଚିଭମେଣ୍ଟ ହୋଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତିଯେ ଆଜି କିଛି ସେସନକୁ କମାଇଦିଆଯାଇଛି। ଆଜି ୧୯୨ ଟି ସେସନ ରେ ଟୀକା କରଣ କରାଯିବ। ୧୯୨ ସେସନରେ ୧୬ ହଜାର୨୬୧ ଜଣଙ୍କୁ ଟିକ ଦିଆଯିବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି। ଟିକାକରଣ ପରେ ଏ ପର୍ଯ୍ୟନ୍ତ କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନାହିଁ। ସର୍ବମୋଟ ୭ ଟି ସାମାନ୍ୟ ଧରଣର କେସ ଆସିଥିଲା ଯାହା ବର୍ତ୍ତମାନ ଠିକ ଅଛି। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ଟୀକା ଆଭେଲେବୁଲ ହୋଇଗଲା।

ଦୁଇଟି ଫେଜରେ ଯେତିକି ଟୀକା ଆସିଛି ତାହା ଆମର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ  ଦୁଇଟି ଡୋଜ ହିସାବରେ ପର୍ଯ୍ୟାପ୍ତ। ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅନୁରୋଧ କରୁଛୁ ସମସ୍ତେ ଆଗକୁ ଆସି ଟୀକା ନିଅନ୍ତୁ।

Leave a Reply