ସଂକ୍ରମଣ ଭୟରେ କରୋନା ସନ୍ଦିଗ୍ଧ ଶବ ନେଲେନି ପରିବାର, ଦାହ ବେଳେ ସ୍ୱାସ୍ଥ୍ୟ କର୍ମଚାରୀ ଆକ୍ରମଣର ଶିକାର

1 min read

ଫୁଲବାଣୀ: ସଂକ୍ରମଣ ଭୟରେ ତୁଚ୍ଛ ହେଉଛି ସମ୍ପର୍କ । କରୋନା ସନ୍ଦିଗ୍ଧଙ୍କ ମୃତଦେହ ଗ୍ରହଣ କଲେନି ପରିବାର ଲୋକ । ଫଳରେ ବାଧ୍ୟ ହୋଇ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ଶବଦାହ ପାଇଁ ପଦକ୍ଷେପ ନେଇଥିଲା । ଦାହ ବେଳେ ମରଶରୀର ଅର୍ଦ୍ଧ ଦଗ୍ଧ ହୋଇ ରହିଯାଇଥିଲା । ପୋଲିସରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁନର୍ବାର ଶବଦାହ ପାଇଁ ପହଞ୍ଚିଥିଲେ ସ୍ୱାସ୍ଥ୍ୟ କର୍ମୀ । ସେଠାରେ ସ୍ୱାସ୍ଥ୍ୟକର୍ମୀଙ୍କ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ପ୍ରକାର ଗତକାଲି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ମାତ୍ର କରୋନାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରିଥିଲେ ପରିବାର ଲୋକ । ଆଉ ମରଶରୀରକୁ ଗ୍ରହଣ କରିନଥିଲେ । ଫଳରେ ସ୍ୱାସ୍ଥ୍ୟ ବିଭାଗ ସ୍ଥାନୀୟ ମାଛ ମାର୍କେଟ ଶ୍ମଶାନରେ ବୃଦ୍ଧଙ୍କ ଶବଦାହ କରିଥିଲା । କିନ୍ତୁ କୌଣସି କାରଣବଶତଃ ମରଶରୀର ଅର୍ଦ୍ଧଦଗ୍ଧ ହୋଇ ରହିଯାଇଥିଲା ।

ପରେ ଖବର ପାଇ ସ୍ୱାସ୍ଥ୍ୟକର୍ମୀ ପହଞ୍ଚି ଶବକୁ ଦାହ କରିଥିଲେ । ଏହି ସମୟରେ ସ୍ଥାନୀୟ କିଛି ଯୁବକ ସ୍ୱାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଫୁଲବାଣୀ ଟାଉନ୍ ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

(ଫୁଲବାଣୀରୁ ପ୍ରଶାନ୍ତ ଜେନା)

https://www.facebook.com/NandighoshaTV/videos/1699431606888385

Leave a Reply