ହ୍ୱାଟସ୍ଆପ୍ ଯୋଗେ ପ୍ରଶ୍ନ ପଚାରିବେ ଲୋକେ: ଉତ୍ତର ରଖିବେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କରୋନା ସଂକ୍ରମିତ କିଭଳି ନିଜର ଯତ୍ନ ନେବେ । ହୋମ୍ଆଇସୋଲେସନରେ ଥିବା ବେଳେ କିଭଳି ରହିବେ । ଲକ୍ଷଣ ନଥିଲେ କେଉଁ ଔଷଧ ଖାଇବେ, ଅଳ୍ପ ଲକ୍ଷଣ ଥିଲେ କେଉଁ ଔଷଧ ଖାଇବେ । ଯଦି ପରିବାରର କୌଣସି ଛୋଟ ଛୁଆକୁ କରୋନ ହୋଇଥାଏ ଅବା ଘରର କୌଣସି ବୟସ୍କଙ୍କୁ ତେବେ ସେମାନଙ୍କ ଯତ୍ନ କିଭଳି ନେବେ । କରୋନ ସଂକ୍ରମିତ ଯଦି ପୂର୍ବରୁ ମଧୁମେହ, ରକ୍ତଚାପ, ହୃଦରୋଗ ଭଳି ରୋଗରେ ପୀଡ଼ିତ ଥିଲେ କ’ଣ କରିବେ । ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠିବା ସ୍ୱାଭାବିକ । ତେବେ ଏସବୁ ଉତ୍ତର ରଖିବେ ସମ୍ପୃକ୍ତ ସ୍ୱାସ୍ଥ୍ୟା ବିଶେଷଜ୍ଞ । ଲୋକଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ଅପରାହ୍ନ ସାଢ଼ ୪ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହେବ ପ୍ରେସମିଟ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ହ୍ୱାଟସ୍ ଆପ୍ ନମ୍ୱର ୯୯୩୭୫୬୪୦୬୬ରେ ଲୋକଙ୍କ ଦ୍ୱାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିବେ । ଅପରାହ୍ନ ୩ଟାରୁ ସାଢ଼େ ୩ ମଧ୍ୟରେ ପ୍ରଶ୍ନ ପଚାରିପାରିବେ ଲୋକେ । ଏ ନେଇ ଶୁକ୍ରବାର ପ୍ରେସମିଟରେ ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍ ନିର୍ଦ୍ଦେଶିକା ଡ.ଶାଳିନୀ ପଣ୍ଡିତ ।

Leave a Reply