ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼, ଭାଇ-ଭଉଣୀ ଅଟକ

1 min read
Hathras Case Congress Leader Rahul Gandhi Roughed UP By Police

ନୋଏଡ଼ା: ହାଥରସକୁ ନେଇ ଦେଶରେ ପ୍ରତିବାଦ । ପୀଡ଼ିତାଙ୍କ ପରିବାରକୁ ସମବେଦନା ଦେବାକୁ ଆରମ୍ଭ ହୋଇଛି ନେତାଙ୍କ ରେସ୍ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉଭୟ ଆଜି ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀରୁ ହାଥରସ୍ ବାହାରିଥିଲେ । ହାଥରସ୍ ଯିବା ବାଟରେ ପୋଲିସ ଯମୁନା ଏକ୍ସପ୍ରେସରେ ରାହୁଲ ଗାନ୍ଧିଙ୍କୁ ଅଟକାଇ ଥିଲା । ଏହି ସମୟରେ ଟଣାଓଟରା ବେଳେ ପୋଲିସର ମୁଥ ମାଡ଼ରେ ରାହୁଲ ତଳେ ପଡ଼ି ଯାଇଥିବା ଅଭିଯୋଗ ହୋଇଛି ।

Hathras Case Congress Leader Rahul Gandhi Roughed UP By Police

ଫଟୋରେ ଦେଖାଯାଉଛି ପ୍ରଥମେ ପୋଲିସ ରାହୁଲଙ୍କ ଦୁଇ ହାତକୁ ଧରି ଅଟକାଉଛି । ଅନ୍ୟ ଫଟୋରେ ପୋଲିସ ରାହୁଲଙ୍କ ପେଟକୁ ଧରି ପଛକୁ ଠେଲୁଛି । ଅନ୍ୟ ଏକ ଫଟୋରେ ରାହୁଲ ତଳେ ପଡ଼ି ଯାଇଥିବା ନଜର ଆସୁଛନ୍ତି । ତେବେ, ରାହୁଲ ତଳେ ପଡ଼ିଥିବା ଫଟୋରେ କୌଣସି ପୋଲିସ ନଜର ଆସୁଥିବା ବେଳେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ତାଙ୍କୁ ତଳୁ ଉଠାଉଛନ୍ତି । ପୋଲିସ ଆଇପିସି ଧାରା ୧୮୮ରେ ରାହୁଲ ଗାନ୍ଧିଙ୍କୁ ରଖିଛି ।

ଅନ୍ୟପଟେ କଂଗ୍ରେସ ମହସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ହାଥରସ୍ ଯିବା ବାଟରେ ପୋଲିସ ଅଟକାଇବା ସହ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରିୟଙ୍କା ଏନେଇ ଟ୍ୱିଟ୍ କରିବା ସହ ଫଟୋ ସେୟାର କରିଛନ୍ତି ।

Leave a Reply