ହରିଦାସପୁର-ପାରାଦୀପ ରେଳଲାଇନ : ମାଲବାହୀ ପରେ ଆରମ୍ଭ ହେବ ପାସେଞ୍ଜର ସେବା

କେନ୍ଦ୍ରାପଡ଼ା: ହରିଦାସପୁର ପାରାଦୀପ ରେଳ ଲାଇନରେ ମାଲବାହୀ ଟ୍ରେନ ଚଳାଚଳ ପରେ ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହେବ  । ଏନେଇ ଆରସିଏଲର ନିର୍ଦ୍ଦେଶକ ରିଙ୍କେଶ ରାଏ ସୂଚନା ଦେଇଛନ୍ତି  । ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥନ ବର୍ମାଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ବୈଠକରେ ଏଚପିଆରସିଏଲର ନିର୍ଦ୍ଦେଶକ ରିଙ୍କେଶ ରାଏ , ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ , କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା , କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଜିଲ୍ଲାପାଳ ସାମର୍ଥ ବର୍ମା ଉପସ୍ଥିତ ଥିଲେ।

ମାଲଗାଡ଼ି ଚାଲିଲେ ଟ୍ରେନ୍ ଲାଇନର ସୁରକ୍ଷା ବା ଲାଇନ ସୁଦୃଢ ହେବ ବୋଲି ନିର୍ଦ୍ଦେଶକ ରିଙ୍କେଶ ରାଏ କହିଛନ୍ତି । ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ତେବେ କେବେ ପାସେଞ୍ଜର ଟ୍ରେନ୍ ଚାଲିବ ତାହା ମାଲଗାଡ଼ି ଚାଲିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି  ।

Leave a Reply