ବର୍ଷେ ପରେ ବୋଲିଂ କଲେ ହାର୍ଦ୍ଦିକ ପାଣ୍ଡ୍ୟା; ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସ୍ମିଥଙ୍କୁ କଲେ ଆଉଟ୍

1 min read

ସିଡନୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବାର ଦେଖିବାକୁ ମିଳିଛି । ଦୀର୍ଘ ଦିନର ଅନ୍ତ ଘଟାଇ ସେ ବୋଲିଂ କରିଛନ୍ତି । ଅଷ୍ଟ୍ରେଲିଆର ଇନ ଫର୍ମ ବ୍ୟାଟସମ୍ୟାନ ଷ୍ଟିଭେନ୍ ସ୍ମିଥ ଆଜି ମଇଦାନରେ ଅନ ବିଟେବୁଲ ରହି ଆସୁଥିବା ବେଳେ ସବୁ ଭାରତୀୟ ବୋଲରଙ୍କ ବିରୋଧରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରୁଥିଲେ । କ୍ୟାପଟେନ୍ ବିରାଟ କୋହଲି ବାଧ୍ୟ ହୋଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ ଦେଇଥିଲେ । ଏହାପରେ ସେ ଷ୍ଟିଭେନ୍ ସ୍ମିଥଙ୍କୁ ଆଉଟ୍ କରିଥିଲେ । ସେ ୨ୟ ଏକଦିବସୀୟ ମ୍ୟାଚରେ ୪ ଓଭର ବୋଲିଂ କରି ୨୪ ରନ୍ ଦେଇଥିବା ବେଳେ ଗୋଟିଏ ୱିକେଟ୍ ନେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପିଠି ଅସ୍ତ୍ରୋପଚାର କାରଣରୁ ତାଙ୍କୁ ବୋଲିଂରୁ ବାଦ ରଖାଯାଇଥିଲା । ଦୀର୍ଘ ସମୟ ଧରି ଟିମରୁ ବାଦ ପଡ଼ିବା ପରେ ସେ ଶେଷରେ ଆଇପିଏଲରେ ମ୍ୟାଚ ଖେଳିଥିଲେ । ଏହାସତ୍ତ୍ୱେ ମଧ୍ୟ ପୁରା ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିନଥିଲେ । ତେବେ ଭାରତ ଗସ୍ତର ପ୍ରଥମ ମ୍ୟାଚରେ ମଧ୍ୟ ସେ ବୋଲିଂ କରିନଥିଲେ । ଭାରତ ପ୍ରଥମ ମ୍ୟାଚ ହାରିବା ପରେ ପ୍ରମୁଖ ଅଲରାଉଣ୍ଡର ଟିମ୍ ପାଇଁ ଆବଶ୍ୟକ ସମୟରେ ବୋଲିଂ ନକରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।

ତେବେ ଆଜି ପାଣ୍ଡ୍ୟା ବୋଲିଂ ଭାର ସମ୍ଭାଳି ଟିମ ପାଇଁ ଆଶ୍ୱସ୍ତି ଆଣିଛନ୍ତି । ସେହିଭଳି ପୂର୍ବରୁ ପ୍ରଥମ ମ୍ୟାଚର ପରାଜୟ ପରେ ପାଣ୍ଡ୍ୟାଙ୍କୁ ବୋଲିଂ ସମ୍ୱନ୍ଧୀତ ପ୍ରଶ୍ନ ପଚରା ଯାଇଥିଲା । ଉତ୍ତରରେ ସେ କହିଥିଲେ ତାଙ୍କର ବୋଲିଂ ପାଇଁ ଫିଟନେସ୍ ସମ୍ୱନ୍ଧୀତ ସମସ୍ୟା ରହିଛି ସତ, ମାତ୍ର ଟିମର ଦରକାର ସମୟରେ ସେ ନିହାତି ବୋଲିଂ ଭାର ସମ୍ଭାଳିବେ । ଯାହା ଆଜିର ୨ୟ ଏକଦିବସୀୟ ମ୍ୟାଚରେ ଘଟିଲା ।

Leave a Reply