ହାପି ଫ୍ରିଜ୍‌ ପ୍ରତିଷ୍ଠା କରି ପୁଣି ଚର୍ଚ୍ଚାରେ ଏସ୍‌ପି ସାରା ଶର୍ମା, କଣ ଉଦ୍ଦେଶ୍ୟ ପଢ଼ନ୍ତୁ…

ପାରଳାଖେମୁଣ୍ଡି: ଗରିବ ତଥା ଖାଦ୍ୟ ଆବଶ୍ୟକ କରୁଥିବା କୌଣସି ବ୍ୟକ୍ତି ଆଉ ଭୋକରେ ରହିବେ ନାହିଁ । ଏଥିପାଇଁ ପାରଳାଖେମୁଣ୍ଡିରେ ପ୍ରତିଷ୍ଠା ହୋଇଛି ହାପି ଫ୍ରିଜ୍‌ । ସାଧାରଣ ଲୋକ କିମ୍ବା ହୋଟେଲ ବଳକା ଖାଦ୍ୟକୁ ନଷ୍ଟ ନକରି ଏହି ଫ୍ରିଜରେ ରଖିପାରିବେ । ଫଳରେ ଖାଦ୍ୟ ଆବଶ୍ୟକ କରୁଥିବା ଲୋକେ ଏଥିରୁ ଖାଦ୍ୟ ଗ୍ରହଣ କରିପାରିବେ ।

ଏଭଳି ମହତ ଉଦ୍ଦେଶ୍ୟ ନେଇ ହାପି ଫ୍ରିଜ୍‌ ପ୍ରତିଷ୍ଠା କରିଛନ୍ତି ଗଜପତି ଏସ୍‌ପି ସାରା ଶର୍ମା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପ୍ରତିଷ୍ଠା କରାଯାଇଥିବା ହାପି ଫ୍ରିଜ୍‌କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉନ୍ମୋଚନ କରିଥିଲେ ।

ହାପି ଫ୍ରିଜ୍‌ ପ୍ରତିଷ୍ଠା ହେବା ଫଳରେ ନିକଟସ୍ଥ କୃଷ୍ଣାଶ୍ରମ ଅନ୍ତେବାସୀ ଏହି ଫ୍ରିଜରୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ରାଜଧାନୀ ପରେ ପାରଳାଖେମୁଣ୍ଡିରେ ହାପି ଫ୍ରିଜ୍‌ ପ୍ରତିଷ୍ଠା କରାଯାଇଛି । ଗଜପତି ପୋଲିସ ଏହାର ତଦାରଖ କରିବ ବୋଲି ଏସପି ସାରା ଶର୍ମା କହିଛନ୍ତି ।

ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଏସ୍‌ପି ସାରା ଶର୍ମା ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରି ପୁଣି ପ୍ରଶଂସା ସାଉଣ୍ଟିଛନ୍ତି ।

Leave a Reply