ଗୁଜରାଟ ସରକାରଙ୍କ ନିଷ୍ପତ୍ତି, ସ୍କୁଲ ପରିସରରେ ମନା ଫାଷ୍ଟ ଫୁଡ୍ ବିକ୍ରୀ

1 min read

ଅହମ୍ମଦାବାଦ : ସରକାରଙ୍କୁ ପିଲାଙ୍କ ଖାଦ୍ୟ ଚିନ୍ତା । ଗୁଜରାଟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ସ୍କୁଲ କ୍ୟାଣ୍ଟିନ୍ ଓ ସ୍କୁଲ ପରିସରର ୫୦ ମିଟର ଦୂରତାରେ ଆଉ ଦେଖିବାକୁ ମିଳିବନି  କୌଣସି ଫାଷ୍ଟଫୁଡ୍ ଷ୍ଟଲ୍ । ସ୍କୁଲ ପରିସରରେ ଫାଷ୍ଟ ଫୁଡ ବିକ୍ରୀ ଉପରେ କଟକଣା ଜାରି କରିବାକୁ ଯାଉଛନ୍ତି ସରକାର । ପିଲାମାନଙ୍କର ଉତ୍ତମ ସାସ୍ଥ୍ୟକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅଧିକ ଫ୍ୟଟ୍, ଚିନି ଓ ଲୁଣ ମିଶ୍ରିତ ଖାଦ୍ୟକୁ ନବିକିବା ପାଇଁ FSSAI ପରାମର୍ଶ  ଦେଇସାରିଛି । ଏପରିକି ରାସ୍ତାକଡ଼ରେ କୌଣସି ପ୍ରକାର ଫାଷ୍ଟ ଫୁଡର ବିଜ୍ଞାପନକୁ ମଧ୍ୟ ବ୍ୟାନ୍ କରିଛନ୍ତି ସରକାର । ')}

Leave a Reply