ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ପୃଥିବୀ କମ୍ପିଲା, ଗୁଜୁରାଟ ଏବଂ ମିଜୋରାମରେ ଭୂକମ୍ପ

1 min read

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ରବିବାର ସକାଳେ ଲଦାଖରେ ଭୂକମ୍ପ ହୋଇଥିଲା । ତା ପରେ ସନ୍ଧ୍ୟାରେ ଗୁଜୁରାଟ ଏବଂ ମିଜୋରାମରେ ୧୫ ମିନିଟର ବ୍ୟବଧାନରେ ଭୂକମ୍ପ ହୋଇଛି । ରବିବାର ସନ୍ଧ୍ୟାରେ ଗୁଜୁରାଟର କଚ୍ଛ ଅଞ୍ଚଳରେ ଭୂକମ୍ପ ହୋଇଛି । ସନ୍ଧ୍ୟା ୫ଟା ୧୧ ରେ କଚ୍ଛରେ ଭୂକମ୍ପ ହୋଇଥିଲା । ତାର ୧୫ ମିନିଟ୍ ପରେ ମିଜୋରାମରେ ମଧ୍ୟ କମ୍ପନ ଅନୁଭୂତ ହେଲା । ଗୁଜୁରାଟର କଛ ଅଞ୍ଚଳରେ ସନ୍ଧ୍ୟାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିବା ଜଣାପଡ଼ିଛି । ଭୂକମ୍ପର କେନ୍ଦ୍ରବିନ୍ଦୁ ଭଚଓ ନିକଟରେ ରହିଲା ବୋଲି ଜଣାପଡ଼ିଛି । କଚ୍ଛ ପରେ ମିଜୋରାମର ଚମ୍ପାଇ ଜିଲ୍ଲାରେ ମଧ୍ୟ ଏକ ଭୂକମ୍ପ ହୋଇଥିଲା ଯେଉଁଠାରେ ଏହାର ତୀବ୍ରତା ୪.୬ ଥିଲା ।

ଏହାପୂର୍ବରୁ ଆଜି ଲଦାଖର କାର୍ଗିଲରେ ୩.୩୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୪.୭ ଥିଲା । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୪୩୩ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଥିଲା ବୋଲି ସୂଚନା ଦେଇଛି । ଭଲ କଥା ହେଉଛି ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ ।

କେବଳ ଏତିକି ନୁହେଁ, ଜୁଲାଇ ୩ ତାରିଖ ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପନ ଅନୁଭୂତ ହୋଇଥିଲା। ସନ୍ଧ୍ୟା ୭ ଟା ସମୟରେ ଆସିଥିବା ଏହି ଭୂକମ୍ପର ତୀବ୍ରତା ୪.୫ ରେ ରେକର୍ଡ କରାଯାଇଥିଲା । ଲଦାଖ ଅଞ୍ଚଳରେ କମ୍ପନ ଅନୁଭୂତ ହେବାର ଅଳ୍ପ ସମୟ ପରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଭୂକମ୍ପର ତୀବ୍ରତାର ଅର୍ଥ କ’ଣ, ଏହା କେତେ ପ୍ରଭାବ ପକାଇଥାଏ ?

– ୦ ରୁ ୧.୯ ରିକ୍ଟର ସ୍କେଲରେ ଯେତେବେଳେ ଭୂକମ୍ପ ହୁଏ ସେତେବେଳେ ଭୂକମ୍ପ ଦେଖାଏ ରିକ୍ଟର ସ୍କେଲରେ ଦେଖାଇଟାଏ ।

– ୨ ରୁ ୨.୯ ରିକ୍ଟର ସ୍କେଲରେ ଭୂକମ୍ପ ହେଲେ ସାମାନ୍ୟ କମ୍ପନ ଅନୁଭୂତ ହୁଏ ।

– ୩ ରୁ ୩.୯ ରିକ୍ଟର ସ୍କେଲରେ ଭୂକମ୍ପ ହେଲେ ପାଖରେ ଟ୍ରକ ଗଲାଭଳି ଅନୁଭବ ହୁଏ ।

– ୪ ରୁ ୪.୯ ରିକ୍ଟର ସ୍କେଲରେ ହେଲେ ଝରକା ଭାଙ୍ଗିବା ସହ କାନ୍ଥ ପଡ଼ିପାରେ ।

– ୫ ରୁ ୫.୯ ସ୍କେଲରେ ଭୂକମ୍ପ ହେଲେ ଘରେ ଥିବା ସମସ୍ତ ଜିନିସ ଭାଙ୍ଗିବା ସହ ସବୁ ଏପଟ ସେପଟ ହୋଇଯାଏ ।  

Leave a Reply