ଟିକାକରଣ ନେଇ ଗାଇଡଲାଇନ୍ ଜାରି କଲେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ

1 min read
guidelines-for-vaccination-drive-pregnant-women-wont-be-vaccinated

ଭୁବନେଶ୍ୱର: ଦିନକ ପରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଟିକାକରଣ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ସରକାର। ଏହି ଗାଇଡଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ତାଙ୍କ  ସୂଚନାନୁଯାୟୀ, ୧୮ ବର୍ଷରୁ କମ୍, ଗର୍ଭବତୀ ଓ ପ୍ରସୂତି କରୋନା ଟିକା ନେଇପାରିବେନି । ଏଥିସହିତ କୋଭିଡ ଆକ୍ରାନ୍ତ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ନାହିଁ। ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ  ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ।

ଆହୁରି ମଧ୍ୟ ସମସ୍ତଙ୍କ ବାହୁରେ କରୋନା ଟିକା ଦିଆଯିବ। ଟିକା ନେବା ପରେ ଅଧଘଣ୍ଟା ଯାଏଁ ଅବଜରଭେସନରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୧୬ ତାରିଖରେ ମେଗା ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୧୬୦ଟି ଭ୍ୟାକ୍ସିନ ସେସନ ସାଇଟରେ ହେବ ଟିକାକରଣ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା ।  ଯେଉଁଥିପାଇଁ ରାଜ୍ୟକୁ କୋଭିସିଲ୍‌ଡର ୪ଲକ୍ଷ ୮ହଜାର ଡୋଜ୍ ଆସିଛି । ଯାହାର ଗୋଟିଏ ଶିଶିରୁ ୧୦ଟି ଡୋଜ ଦିଆଯାଇ ପାରିବ ।

ସେହିପରି ଅକ୍ସଫୋର୍ଡର କୋଭିସିଲ୍ଡ ଟିକାର ୪୦ ହଜାର ୮ ଶହ ଡୋଜ୍ ଓଡ଼ିଶା ଆସିଥିବା ବେଳେ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କଟକ, ପୁରୀ, ନୟାଗଡ଼ ସମେତ ଭ୍ୟାକ୍ସିନ୍ ଅନ୍ୟ ଜିଲ୍ଲାକୁ ପଠାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ । ସବୁଠୁ ଅଧିକ ଟିକା କଟକ ଜିଲ୍ଲାରେ ଦିଆଯିବାକୁ ଥିବାବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ।

ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଏଥିସହ ପଢନ୍ତୁ- ୧୬ରୁ ୩୦ ଜିଲ୍ଲାରେ ଟିକାକରଣ, କାହାଭାଗରେ କେତେ କୋଭିସିଲ୍ଡ ଜାଣନ୍ତୁ…

Leave a Reply