ରେଳ ଷ୍ଟେସନ୍‌ରୁ ୭୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଜିଆର୍‌ପି

Kantabanji Bonded Labour

କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ ଶ୍ରମିକ । କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରିନ୍ତି ଜିଆରପି ଓ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରେ ୪୨ ପୁରୁଷ ଓ ୩୨ ଜଣ ମହିଳା ଅଛନ୍ତି ।

Kantabanji Bonded Labour

ସେହିପରି ଦାଦନଙ୍କ ସହ ଥିବା ୧୩ ଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଦାଦନ ମାନେ ବଲାଙ୍ଗିର ଜିଲ୍ଲା ବେଳପଡ଼ା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଓ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।

Kantabanji Bonded Labour

ଦାଦନ ସର୍ଦ୍ଦାର ଠାରୁ ମୁଣ୍ଡପିଛା ୩୦ ହଜାର ଟଙ୍କା ଲେଖାଏ ଅଗ୍ରୀମ ନେଇ ବିଶାଖାପାଟଣା ଯାଉଥିବା ବେଳେ, ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜ ପତ୍ର ନଥିବା ବେଳେ, ସମସ୍ତେ ଆନ୍ଧ୍ରର ଏକ ଇଟାଭାଟିକୁ କାମ କରିବାକୁ ଯାଉଥିଲା । ଘଟଣାସ୍ଥଳରେ କଣ୍ଟାବାଞ୍ଜି ତହସିଲଦାର ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଘରକୁ ପଠେଇବାର ବ୍ୟବସ୍ଥା କରିଛନ୍ତି।

Leave a Reply