ଭାରତରେ ଆହୁରି ତଳକୁ ଖସିବ ଅଭିବୃଦ୍ଧି ହାର: IMF

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଶ୍ୱର କୌଣସି ଦେଶ ଏହାର ପ୍ରଭାବରୁ ମୁକ୍ତ ହୋଇପାରିନାହାନ୍ତି । ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୪.୪ ପ୍ରତିଶତ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, IMF ପୂର୍ବାନୁମାନ କରିଛି ।

ଭାରତ ସମ୍ପର୍କରେ ଆଇଏମଏଫ୍‌ କହିଛି ଯେ, ଚଳିତ ବର୍ଷ ଏହାର ଜିଡିପି ଅଭିବୃଦ୍ଧି ୧୦.୩ ପ୍ରତିଶତ କମିବ । କିନ୍ତୁ ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଅଭିବୃଦ୍ଧି ପଥକୁ ଫେରିବ ଓ ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବ । ସେହିପରି ବିଶ୍ୱ ଅର୍ଥନୀତି ମଧ୍ୟ ଆସନ୍ତା ଆର୍ଥିକ ବର୍ଷରେ ୫.୨ ପ୍ରତିଶତ ହାରରେ ଅଭିବୃଦ୍ଧି ଲାଭ କରିବ ।

Indian Economy: ବଡ଼ ହ୍ରାସ ଆଡ଼କୁ ଭାରତୀୟ ଅର୍ଥନୀତି, ଫିଚର ଅନୁମାନ- ଚଳିତ ବର୍ଷ ୧୦.୫ ଖସିବ GDP

ଗତ ସପ୍ତାହରେ ପ୍ରକାଶିତ ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଥିଲା ଯେ, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୬ ପ୍ରତିଶତ ହ୍ରାସ ପାଇବ । କିନ୍ତୁ ୨୦୨୧-୨୨ରେ ଭାରତୀୟ ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ଓ ୫.୪ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାସଲ କରିବ । ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ପୂର୍ବାନୁମାନ କରିଥିଲେ ।

Leave a Reply