ଲଦାଖରୁ ନନ୍ଦିଘୋଷ ଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ,ଜାଣନ୍ତୁ ଏଲଏସିରେ ସ୍ଥିତି କ’ଣ?

ଭୁବନେଶ୍ୱର: ଲଦାଖରୁ ନନ୍ଦିଘୋଷ ଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ । ଗତକାଲି ମୋଦିଙ୍କ ଗସ୍ତ ପରେ ଲଦାଖରେ ପରିସ୍ଥିତି କିଭଳି ରହିଛି ସେନେଇ ସମସ୍ତଙ୍କ ଉତ୍କଣ୍ଠା ଲାଗିରହିଛି । ଏହି ସମୟରେ ଏକମାତ୍ର ଓଡ଼ିଆ ଚ୍ୟାନେଲ ଭାବେ ନନ୍ଦିଘୋଷ ଟିମ୍ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ।

ଗତକାଲି ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରୁ ନାଁ ନେଇ ଚୀନକୁ କଡ଼ା ଚେତାବନୀ ଦେଇଥିଲେ । କହିଥିଲେ ବିଶ୍ୱରେ ବିସ୍ତାରବାଦୀ ନୀତିର ଅବସାନ ଘଟିଛି । ଏବେ ବିକାଶର ଯୁଗ । ଚୀନ ଉପରେ ନିର୍ଧୂମ ବର୍ଷିବା ସହ କହିଥିଲେ, ଗଲୱାନ ଘାଟି ଭାରତର । ଭାରତର ଶୌର୍ଯ୍ୟ ଓ ସମ୍ମାନର ପ୍ରତୀକ ହେଉଛି ଲଦାଖ । ଏଥିରେ କୌଣସି ପ୍ରକାର ମୂଲଚାଲ କରାଯାଇପାରିବ ନାହିଁ ।

ଏହାସହ ଯବାନଙ୍କ ଜୋସ ବଢାଇବା ପାଇଁ କହିଛନ୍ତି, ଭାରତୀୟ ବଂଶୀଧର କୃଷ୍ଣଙ୍କ ପୂଜା କରନ୍ତି ଓ ସୁଦର୍ଶନ ଚକ୍ରଧାରୀ କୃଷ୍ଣଙ୍କର ବି ପୂଜା କରନ୍ତି ।  ଉଠାଇପାରନ୍ତି । ସେହିପରି ସ୍ଥଳସେନା, ବାୟୁସେନା ଓ ଆଇଟିବିପି ଯବାନଙ୍କୁ ଭେଟି ଆଲୋଚନା କରିଥିଲେ । ନନ୍ଦିଘୋଷ ଟିଭି ପ୍ରତିନିଧି ବିଭୁତି ଲଦାଖ ଯାଇଥିବା ବେଳେ ସ୍ପିତୁକ୍ ବୌଦ୍ଧ ମଠ ପରିଦର୍ଶନ କରିଥିଲେ । ସେଠାରେ ଭାରତୀୟ ଯବାନଙ୍କ ସୁରକ୍ଷା ପାଇଁ ବିଶେଷ ପ୍ରାର୍ଥନା ସଭା ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା । ସେଠାରେ ସ୍ଥାନୀୟ ସାମ୍ବାଦିକଙ୍କ ସହ ସ୍ଥିତି ନେଇ ଆଲୋଚନା କରିଥିଲେ । ବୋଦ୍ଧ ମଠ ନିକଟରେ ବାୟୁସେନାର ଘାଟି ରହିଛି । ବୌଦ୍ଧ ମଠକୁ ପ୍ରାୟତଃ ବାୟୁସେନା ଯବାନ ଆସୁଥିବା ସ୍ଥାନୀୟ ସାମ୍ବାଦିକ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଲଦାଖର ଫରୱାର୍ଡ ବେସ ପରିଦର୍ଶନ କରିବା ପରେ ସ୍ଥାନୀୟ ଲୋକଙ୍କ ମନୋବଳ ବୃଦ୍ଧି ପାଇଥିବା ଆମ ପ୍ରତିନିଧି ଜାଣିବାକୁ ପାଇଛନ୍ତି । ଏହାସହ ନନ୍ଦିଘୋଷ ପ୍ରତିନିଧି ଜୋରୱାର ଦୁର୍ଗକୁ ମଧ୍ୟ ଯାଇଥିଲେ । ଏହି ଦୁର୍ଗର ଲଦାଖ ଇତିହାସରେ ପ୍ରମ୍ମୁଖ ସ୍ଥାନ ରହିଛି ।

ଲଦାଖରେ ବର୍ତ୍ତମାନ ସ୍ଥିତି କ’ଣ ଅଛି ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ ଓ ସେୟାର କରନ୍ତୁ..

Leave a Reply