କନ୍ୟାର ଲଗାତାର ଫଟୋ ଉଠାଉଥିଲେ ଫଟୋଗ୍ରାଫର, ରାଗରେ ମାଡ଼ ମାରିଲା ବର… ଜାଣନ୍ତୁ ସତ କଣ ?

1 min read

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଭିଡିଓ । ଯେଉଁ ଭିଡିଓରେ ଫଟୋଗ୍ରାଫରଙ୍କୁ ବର ଚାପୁଡ଼ା ମାରୁଛନ୍ତି । ରାଗ ଫଟୋଗ୍ରାଫର ଜଣଙ୍କ ବାରମ୍ବାର କେବଳ କନ୍ୟାଙ୍କ କ୍ଲୋଜ୍ ଅପ୍ ଫଟୋ ନେଉଛନ୍ତି । ବରଙ୍କର ଫଟୋ ନେଉନାହାଁନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିବା ବର, ଫଟୋଗ୍ରାଫରଙ୍କୁ ମାରିଛନ୍ତି ଚାପୁଡ଼ା । ଏହି ଭିଡିଓକୁ ସମସ୍ତେ ବାହାଘରର ବୋଲି କହୁଛନ୍ତି । ଆମେ କହିବୁ ଏହି ଭାଇରାଲ୍ ଭିଡିଓ ପଛର ସତ ।…

ସତ ରିସେପସନ୍ ସେଟ୍ । ବର, କନ୍ୟା ବେଶରେ ପୁଅ, ଝିଅ । ନବ ଦମ୍ପତିଙ୍କ ଫଟୋ ଉଠାଉଛି ଫଟୋଗ୍ରାଫର । ଏହି ଭିଡିଓ ଯିଏ ବି ଦେଖିବ କହିବ ସତ । ଭାଇରାଲ୍ ଭିଡିଓକୁ ନେଇ ପ୍ରକାଶିତ ଖବରରେ ବି ସମାନ କଥା କୁହାଯାଇଛି । କନ୍ୟାର ଅତ୍ୟଧିକ ଫଟୋ ଉଠାଇବାରୁ ଫଟୋଗ୍ରାଫରଙ୍କୁ ମାଡ଼ ମାରିଛି ବର । ତେବେ, ଆସନ୍ତୁ ମାଡ଼ ପଛର ସତ ।

Groom Slaps Photographer In Reception Know Truth Of Viral Video

ପ୍ରକୃତରେ ଭାଇରାଲ୍ ଭିଡିଓଟି କୌଣସି ବର,କନ୍ୟାଙ୍କର ନୁହେଁ । ଏହା ଚଳଚ୍ଚିତ୍ର ସୁଟିଂ ସେଟର । ଛତିଶଗଡ଼ର ଫିଲ୍ମ ‘ଡାର୍ଲିଂ ପ୍ୟାର ଝୁକତା ନହିଁ’ ସୁଟିଂସେଟର ହେଉଛି ଏହି ଭିଡିଓ । ଭାଇରାଲ୍ ଭିଡିଓରେ ବର ଚାପୁଡ଼ା ମାରିବା ପରେ ହସି ହସି ବେଦମ୍ ହୋଇ ତଳେ ବସୁ ପଡ଼ିଥିବା କନ୍ୟା ନିଜେ ଏନେଇ ସୂଚନା ଦେଇଛନ୍ତି ।

https://twitter.com/ChowhanAnikriti/status/1358495052071227393

ଭାଇରାଲ୍ ଭିଡିଓରେ କନ୍ୟା ବେଶରେ ଥିବା ଅନିକ୍ରିତୀ ଚୌହ୍ୱାନ କହିଛନ୍ତି- ଏହା ଆମ ସୁଟିଂସେଟର ଭିଡିଓ । ଭାଇରାଲ୍ ଭିଡିଓକୁ ଯେତିକି ତାରିଫ୍ ମିଳୁଛି, ସେତିକି ତାରିଫ୍ ସେ ଅଭିୟନ କରୁଥିବା ଚଳଚ୍ଚିତ୍ର ‘ଡାର୍ଲିଂ ପ୍ୟାର ଝୁକତା ନହିଁ’କୁ ମିଳୁ ବୋଲି ଆଶା କରିଛନ୍ତି । ଭାଇରାଲ୍ ଭିଡିଓକୁ ନେଇ ସମସ୍ତେ ହସି ହସି ବେଦମ ହେଉଥିବା ବେଳେ ସୋସିଆଲ୍ ମିଡିଆରେ ମଜାଦାର କମେଣ୍ଟ ସବୁ ଦେଖିବାକୁ ମିଳୁଛି ।

Leave a Reply